ଜୀବନଚର୍ଯ୍ୟାତାଜା ଖବର

ଢ଼ିସି ଦେଲା ପୋଲିସ ଡ଼ିିଏସପି ଙ୍କର ଗାଡ଼ି,ଚାଲିଗଲା ସାଇକେଲ ଆରୋହୀ ଜୀବନ ।

ଥାନା ରେ ଡ଼ିିଏସପି ଅଟକ।

ବଲାଙ୍ଗିର;୦୬/୦୬(ମୋର୍ ସମିୟା) କାମ ସାରିକରି ଘର୍ କେ ଫିରୁଥିବାର ସମିୟା ରେ ପିଟିଦେଲା ପୋଲିସ ବାବୁ ଙ୍କର ଗାଡ଼ି । ଘଟଣା ସ୍ଥଳରେ ଚାଲିଗଲା ନିରୀହ ଶ୍ରମିକ ର ଜୀବନ । ଘଟଣା ଘଟିଛେ ବଲାଙ୍ଗିର – ଟିଟିଲାଗଡ଼ ୨୬ ନମ୍ବର ଜାତୀୟ ରାଜପଥ ର ଦେଓଗାଁ ଡାକବଙ୍ଗଲା ଛକେ ଘଟିଛେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣା ପରେ ଦେଖବାର କେ ମିଲିଥିଲା ଉତେଜନା । ଅନେକ ସମିୟା ଧରି ଜାତୀୟ ରାଜପଥ ବନ୍ଦ କରି କ୍ଷତିପୁରଣ ଦାବି କରିଥିଲେ ସ୍ଥାନୀୟ ଲୋକେ, ସ୍ଥାନିୟ ପୋଲିସ ଓ ବଲାଙ୍ଗିର ଏସଡିପିଓ ଙ୍କର ବୁଝାସୁଝା ପରେ ହଟିଥିଲା ରାସ୍ତା ରୋକ। କଳାହାଣ୍ଡି ହେଡ କ୍ଵାଟର ଡିଏସପି ଲୋକନାଥ ସାହୁ ନିଜେ ଗାଡ଼ି ଚଲେଇ କରି ଆସୁଥିବାର ସମିୟା ରେ ରାସ୍ତା ତରା ରେ କାମସାରି ଘର୍ କେ ଫିରୁଥିବାର ଜଣେ ଶ୍ରମିକ କେ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକ ଙ୍କର କହିବାର ଅନୁଯାୟୀ ପୋଲିସ ବାବୁ ଘଟଣା ଘଟେଇ କରି ଫେରାର ମାରବାର କେ ଚେଷ୍ଟା କରୁଥିଲେ, କିନ୍ତୁ ଶ୍ରମିକ ଙ୍କର ସାଇକେଲ ରେ ବନ୍ଧା ହେଇଥିବାର ସାବଲ ପୋଲିସ ବାବୁ ଙ୍କର କାର ର ବୋନେଟ୍ ଭିତର କେ ପଶି ଯିବାର ନୁ ଗାଡ଼ି ବନ୍ଦ ହେଇଥିଲା । ପୋଲିସ ବାବୁ ନିଜେ ଗାଡ଼ି ଚଲଉଥିବାର ଜଣାପଡ଼ିଛେ । ମୃତକ ହେଲେ ଜଳିଆ ଗାଁ ର ଭକ୍ତ ସାହୁ । ଘଟଣା ସ୍ଥଳରେ ଦେଓଗାଁ ପୋଲିସ ପୁହୁଞ୍ଚି କରି ଗାଡ଼ି ରୁ ଡିଏସପି କେ ଉଦ୍ଧାର କରବାର ସାଙ୍ଗେ ଥାନା ରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଛେ । ଗାଡ଼ି ନମ୍ୱର୍ ଓଡ଼ି ୦୩ ୱାଇ ୬୦୬୦ ହୁଣ୍ଡାଇ ଭେନୁ ଗାଡ଼ି ଦେଇଥିଲା ଶ୍ରମିକ କେ ଧକ୍କା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!