ତାଜା ଖବରଦେଶ ବିଦେଶରାଜନୀତି

ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ତାଙ୍କର ଟିମ୍ କେ ଧନ୍ୟବାଦ ଜଣାଲେ ମୋଦି ।

ସରକାର କେ ପୂରଲା ବର୍ଷେ।

ଭୁବନେଶ୍ଵର;୨୧/୦୬(ମୋର୍ ସମିୟା) ଓଡ଼ିଶା ରେ ନୂଆ ବିଜେପି ସରକାର୍ କେ ପୁରିଛେ ବର୍ଷେ । ବର୍ଷେ ପୁର୍ବାର ନୁ ଗଲାକାଲି ଭୁବନେଶ୍ୱର ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି। କରିଥିଲେ ବିଶାଳ ରୋଡସୋ ଆର୍ ଜନତା ମଇଦାନ ରେ କରିଥିଲେ ଜନତା ଙ୍କୁ ସମ୍ବୋଧନ । ଜନତା ମଇଦାନ ରୁ ଅନେକ ପ୍ରକଲ୍ପ ର ଶିଳାନ୍ୟାସ ସାଙ୍ଗେ ଉଦଘାଟନ କରିଛନ୍ ମୋଦି । ୧୦୦ ଟା ଇଲୋକ୍ଟ୍ରୋନିଶ ବସ୍ ର ଶୁଭାରମ୍ଭ କରବାର ସାଙ୍ଗେ ବୌଦ୍ଧ କେ ଟ୍ରେନ୍ ଚଲାଚଲ ର ବି ପତାକା ଦେଖେଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି।
ଆଜିର ଦିନ କେ ବହୁତ୍ ଗୁରୁତ୍ୱପୂର୍ଣ୍ଣ, ଆଜିର ଦିନେ ଠିକ୍ ବର୍ଷେ ତଲେ ଓଡ଼ିଶା ରେ ହେଇଥିଲା ବିଜେପି ସରକାର୍ । ଓଡ଼ିଶା ପାଇଥିଲା ମୋହନ ସରକାର । ଆର୍ ଗଲା କାଲି ଗୁଟେ ବଛର୍ ସୁରୁଖୁର୍ ରେ କାମ କରିଥିବାର ନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ତାଙ୍କର ଟିମ୍ କେ ଧନ୍ୟବାଦ ଜଣେଇଥିଲେ ମୋଦି । ମୋଦି କରିଥିଲେ ପୂର୍ବର ସରକାର କେ ଟାର୍ଗେଟ, କହିଥିଲେ ଓଡ଼ିଶା ରେ ଅନେକ ଆଦିବାସୀ ବସବାସ କରୁଛନ । ଆର୍ ପୂର୍ବର ସରକାର ସେ ଆଦିବାସୀ ମାନଙ୍କୁ ଅଣଦେଖା କରିଥିଲେ, ଅନେକ ଜିଲ୍ଲା ବି ଅବହେଳିତ ହେଇ ପଡ଼ିଥିଲା । କିନ୍ତୁ ଆମର ସରକାର ଆଦିବାସୀ କେ ପ୍ରାଧାନ୍ୟ ଦଉଛେ କହୁଛନ ମୋଦି । ନିର୍ବାଚନ ସମିୟା ରେ ଦେଇଥିବାର ସବୁ ପ୍ରତିଶୃତି କେ ପୁରା କରବାର ରେ ଲାଗିଛେ ଡ଼ବଲ୍ ଇଞ୍ଜିନ ସରକାର,ଓଡ଼ିଶା ରେ ବି ଗୁଟେ ବଛର୍ ଭିତରେ ଅନେକ ଉନ୍ନତି ହେଇଛେ କହିଛନ ମୋଦି । ଓଡ଼ିଶା ସମେତ ଅନେକ ରାଜ୍ୟ ରେ ବିଜେପି ସରକାର୍ ଗଠନ କରିଛେ, ବିଜେପି ସରକାର ଆସଲା ପରେ ବିକାଶ ର ନୂଆ ଯୁଗ ଆରମ୍ଭ ହେଇଛେ । ଓଡ଼ିଶା ରେ ସରକାର ଆସଲା ପରେ ଶ୍ରୀ ମନ୍ଦିର ର ଚାରିଦ୍ୱାର ଖୁଲବାର ସାଙ୍ଗେ ରତ୍ନ ଭଣ୍ଡାର ବି ଖୁଲା ଯାଇଥିଲା । ଓଡ଼ିଶା ଆୟୁଶ୍ମାନ ଯୋଜନା ରୁ ବଞ୍ଚିତ ଥିଲା କିନ୍ତୁ ବିଜେପି ସରକାର୍ ଆସଲା ପରେ ଆୟୁଶ୍ମାନ ଯୋଜନା ର ଆରମ୍ଭ ହେଲା । ୭୦ ବର୍ଷୀୟ ବୟସ୍କ ବ୍ୟକ୍ତି ମାନକେ ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ରେ ଚିକିତ୍ସିତ ହେଉଛନ୍ । ଖାଲି ଚିକିତ୍ସା କ୍ଷେତ୍ର ରେ ନାଇ ଚାଷୀ ମାନେ ବି ଅନେକ ସୁବିଧା ପାଇଛନ କହିଛନ୍ ମୋଦି ।

ମୋଦି ଦୁଇ ଦିନ ତଲେ ଜି୭ ସମ୍ମୀଳନୀ ରେ ଯୋଗ ଦେବାର କେ କାନାଡ଼ା ଯାଇଥିଲେ । ଆମେରିକା ର ରାଷ୍ଟ୍ରପତି ମୋଦି ଙ୍କୁ ଫୋନ୍ ମାଧ୍ୟମ ରେ ଆସବାର କେ ନିମନ୍ତ୍ରଣ କରିଥିଲେ । କିନ୍ତୁ ମୋଦି କହିଥିଲେ ମତେ ମହାପ୍ରଭୁ ଙ୍କର ମାଟି କେ ଯିବାର ଅଛେ । ଆପଣଙ୍କର ସମସ୍ତଙ୍କର ଭଲପାଇବାର ଟାଣି ଆନିଛେ କହିଲେ ମୋଦି । ଓଡ଼ିଶା ଆସବାର ଲାଗି ଆମେରିକା ର ରାଷ୍ଟ୍ରପତି ଙ୍କର ନିମନ୍ତ୍ରଣ କାଟିଥିଲେ ମୋଦି ।

ଶେଷ କେ ଫେର ଥରେ ଓଡ଼ିଶା ବାସି କେ ଧନ୍ୟବାଦ ଦେଇ ଜୟ ଜଗନ୍ନାଥ କହି ବକ୍ତବ୍ୟ ଶେଷ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!