ଓଡ଼ିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ପରଲୋକ ।
ସଙ୍ଗୀତ ଜଗତ ରେ ଶୋକ ର ଛାୟା ।

ଭୁବନେଶ୍ୱର;୧୭/୧୧(ମୋର୍ ସମିୟା) ଓଡ଼ିଶା ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ପରଲୋକ । ଭୁବନେଶ୍ୱର ଏମ୍ସ ରେ ତାଙ୍କ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ପରଲୋକ ହେଇଛେ । ଲିଭର ଆର୍ କିଡ଼ିନି ଜନିତ ରୋଗ ରେ ପୀଡ଼ିତ ଥିଲେ ହ୍ୟୁମାନ। ମୃତ୍ୟୁ ସମିୟା ରେ ତାହାକୁ ୩୪ ବଛର୍ ହେଉଥିଲା । ସେ ଗଲା କିଛି ଦିନ ଆଗରୁ କଟକ ର ଗୁଟେ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାର ନୁ ଭୁବନେଶ୍ୱର ଏମ୍ସ କେ ସ୍ଥାନନ୍ତରିତ କରାଯାଇଥିଲା । ତାଙ୍କର ଦେହେ ର ଅନେକ ଅଙ୍ଗ ଅଚଳ ବି ହେଇଥିଲା । ଆଏବାର ୭୨ ଘଣ୍ଟା ହ୍ୟୁମାନ ଙ୍କର ଲାଗି ଗୁରୁତ୍ବପୂର୍ଣ୍ଣ କହିଥିଲେ ଡାକ୍ତର । ଆଜି ହ୍ୟୁମାନ ଙ୍କର ପରିବାର ସାଙ୍ଗେ କଥା ହେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଗକେ ଯଦି ଦରକାର୍ ପଡ଼େ ଏୟାରଲିଫ୍ଟ କରାଯିବ କୁହାଯାଇଥିଲା । କିନ୍ତୁ ଜୀବନ ମରଣ ସାଙ୍ଗେ ସଂଘର୍ଷ କରି ଜୀବନ ଯୁଦ୍ଧ ସାଙ୍ଗେ ହାରିଗଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଇସ୍କ ତୁ ହି ତୁ ଫିଲ୍ମ ରେ ପହେଲା ଗୀତ ଗାଇଥିଲେ ଓ ଚାରିଧାମ ଫିଲ୍ମ ତାଙ୍କର ଶେଷ ଗୀତ ଥିଲା । ଏତେ କମ୍ ବୟସ ରେ ଅନେକ ଲୋକପ୍ରିୟ ଗୀତ ଗାଇ ଘରେ ଘରେ ନା କରିଥିବାର ନୁ ଆଜି ତାଙ୍କର ବିୟୋଗ ରେ ସାରା ଓଡ଼ିଶା ରେ ଶୋକ ର ଛାୟା ଖେଲି ଯାଇଛେ ।




