
ବରଗଡ଼;୦୮/୦୨(ମୋର୍ ସମିୟା) ଗଲା ୦୫/୦୨/୨୦୨୬ ତାରିଖ ଦିନ ବରଗଡ଼ ର ଗହଲି ଜାଗା ହାଟପଦା ରେ ଘଟିଥିଲା ହତ୍ୟାକାଣ୍ଡ । ଆର୍ ଇ ହତ୍ୟାକାଣ୍ଡ ରେ ସଂପୃକ୍ତ ଥିବାର ୬ ଜଣ କେ ଗିରଫ କରି କୋର୍ଟ ଚାଲାଣ କରିଛେ ପୋଲିସ । ହତ୍ୟାକାଣ୍ଡ ରେ ଦୁଇ ଜଣ ଙ୍କର ମୃତ୍ୟୁ ହେଇଥିବାର ବେଲକେ ଜଣେ ଗୁରୁତର ଆହତ ହେଇଛନ । ମୃତକ ହେଲେ ଦେବାଶିଷ ଲୁହା ଓ ସୁରଜ୍ ବାରିକ, ଆର୍ ଗୁରୁତର ହେଲେ ମେହେନ୍ଦ୍ର ପଟେଲ। ତାଙ୍କର ଏବେ ବି ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା ଚାଲିଛେ । ପୂର୍ବ ଶତ୍ରୁତା କେ ନେଇ ଇ ହତ୍ୟାକାଣ୍ଡ ହେଇଥିବାର ସୂଚନା ଦେଇଛେ ବରଗଡ଼ ପୋଲିସ । ଗିରଫ ୬ ଜଣ ଅଭିଯୁକ୍ତ ହେଲେ ଅପରିଚିତ ସିନ୍ଦ୍ରେଆ , କାନ୍ହା ବେହେରା, ଅରୁଣ ସିନ୍ଦ୍ରେଆ, ଶ୍ରୀକାନ୍ତ ଗୁରୁ, ସୁଜଲ ସିନ୍ଦ୍ରେଆ, ଆଶିଷ ଭୋଇ ସମସ୍ତେ ବରଗଡ଼ ହାଟପଦା ପାଖର । ହତ୍ୟାକାଣ୍ଡ ରେ ବ୍ୟବାହର କରିଥିବାର ୪ ଟା ଚକୁ ଆର୍ ୨ ଟା ଭୁଜାଲି ଜବତ କରିଛେ ପୋଲିସ । ବରଗଡ଼ ସହର ଭିତରେ ଇ ପ୍ରକାର ଗୁଣ୍ଡାରାଜ୍ କେ ନେଇ ବରଗଡ଼ ଆଇନ ଶୃଙ୍ଖଳା ପରିସ୍ଥିତି କେ ନେଇ ଉଠିଛେ ପ୍ରଶ୍ନ ?ବରଗଡ଼ ସହର ଭିତରେ ଖୁନମଖୁଲା ନିଶା କାରବାର ବଢ଼ି ଚାଲିଥିବାର ନୁ ନିଶା ଖାଇ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହେଉଥିବାର କହୁଛନ ବରଗଡ଼ ଅଞ୍ଚଳ ର ଲୋକେ ।



