
କର୍ଲାମୁଣ୍ଡା:୧୧/୦୮(ମୋର୍ ସମିୟା) କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ସାପ୍ତାହିକ ମଙ୍ଗଳବାର ବଜାର ରେ ପାଣି ଜମୁଥିବା ଦେଖିବାକୁ ମିଳିଛି। ବଜାର ପାଇଁ ପିଣ୍ଡି ର ବ୍ୟବସ୍ଥା ହୋଇ ଥିଲେ ହେଁ ସମସ୍ତ ବ୍ୟବସାୟୀଙ୍କ ପାଇଁ ହୋଇ ନାହିଁ। ଯାହା ଦ୍ୱାରା ବ୍ୟବସାୟୀ ମାନେ ତଳେ ବସିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ, ଦୁଃଖର ବିଷୟ ସାମାନ୍ୟ ବର୍ଷା ହେଲେ ଏଠାରେ ଆଣ୍ଠୁଏ ପାଣି ଜମୁଥିବାରୁ ଅନେକ ସମୟରେ ବ୍ୟବସାୟୀ ଓ ଗ୍ରାହକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ତଳେ ପାଣି ଜମୁଥିବା ସ୍ଥାନରେ କଂକ୍ରିଟ କାମ ହୋଇଥିଲେ ହେଁ ପୂର୍ବ ପରି ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥା ସମ୍ଭବ ସମସ୍ୟା ର ସମାଧାନ କରିବାକୁ ଜନସାଧାରଣରେ ଦାବି ହେଉଛି।




