
କର୍ଲାମୁଣ୍ଡା;୨୨/୧୧(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତରୁ କଣ୍ଡରେଇ ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଦୁଇ ପାର୍ଶ୍ୱ ପିଚୁ ହୋଇଥିବା ବେଳେ ମଝିରେ ପ୍ରାୟ ୨୦୦ ମିଟର ରାସ୍ତାକୁ ଏମିତି ଛାଡ଼ି ଦିଆଯାଇଛି। ଫଳରେ ସେହି ଅଂଶରେ କାଦୁଅ ପଚପଚ ହୋଇ ଯାତାୟାତ କରିବା କଷ୍ଟକର ହୋଇ ପଡ଼ିଛି। ବିଶେଷ କରି ପଞ୍ଚାୟତରୁ ଚାଉଳ ଆଣି ଫେରୁଥିବା ହିତାଧିକାରୀମାନଙ୍କ ଅବସ୍ଥା ଦେଖି ହେଉନାହିଁ। ମୁଣ୍ଡରେ ଚାଉଳ ବସ୍ତା ଧରି କାଦୁଅ ଭିତରେ ଖସି ପଡ଼ିବାର ଭୟରେ ଲୋକେ ଯାତାୟାତ କରୁଛନ୍ତି। ଏହି ସମସ୍ୟାକୁ ନେଇ ସମାଜସେବୀ ତପିନ୍ଦ୍ର ସାହୁ ଭିଡିଓ ମାଧ୍ୟମରେ ପ୍ରଶାସନକୁ ବିନମ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଦୁଇ ପଟେ ପିଚୁ ହେଲା, ମଝି ୨୦୦ ମିଟର କାହିଁକି ଛାଡ଼ି ଦିଆଗଲା? ତୁରନ୍ତ ଏହି ରାସ୍ତା ମରାମତି କରାଯାଉ, ନହେଲେ ଯେ କୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିପାରେ। ଗ୍ରାମବାସୀ ମଧ୍ୟ ପ୍ରଶାସନକୁ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।



