
ବଲାଙ୍ଗିର;୧୨/୧୦ (ମୋର୍ ସମିୟା) କ୍ରିକେଟ ଜଗତ ରେ ନିଜର ପ୍ରତିଭା ପ୍ରଦର୍ଶନ କରବାର ଲାଗି ଯୁବ ଖେଳାଳି ଙ୍କର ଲାଗି ମିଲିଛେ ବଡ଼ ସୁଯୋଗ । ଓଡ଼ିଶା ଅଣ୍ଡର ୨୩ ପୁରୁଷ କ୍ରିକେଟ ରେ ଠାନ ପାଇଛନ ଆମର ବଲାଙ୍ଗିର ମାଟି ର ପୁଅ ଓମକାର ମହାନ୍ତି।ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷ ରୁ ୧୬ ଜଣିଆ ଟିମ୍ ରେ ସାମିଲ ଅଛନ ଓମକାର । ଅକ୍ଟୋବର ୧୨ ରୁ ୧୫ ତାରିଖ ତକ୍ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ରେ ଓଡ଼ିଶା ଆର୍ ବିହାର ଭିତରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଅନୁଷ୍ଠିତ ହେବା । ଇ ସଫଳତା ଲାଗି ବଲାଙ୍ଗିର କ୍ରୀଡ଼ା ସଂସଦ ଆର୍ କ୍ରିକେଟ ପ୍ରେମୀ ଶୁଭେଚ୍ଛା ଜଣେଇଛନ। ଅକ୍ଟୋବର ୧୯ ରୁ ୨୨ ତକ୍ କଟକ ବାରବାଟୀ ଷ୍ଟାଡିୟମ୍ ରେ ଓଡ଼ିଶା ଆର୍ ବରୋଦା ଭିତରେ ମ୍ୟାଚ୍ ହେବା । ଇ ଦୁହି ମ୍ୟାଚ୍ ରେ ବଲାଙ୍ଗିର ମାଟି ର ପୁଅ ଓମକାର ପ୍ରତିନିଧିତ୍ୱ କରବେ । ଜଣେ ଯୁବ ଖେଳାଳି ରାଜ୍ୟ ସ୍ତରୀୟ ମ୍ୟାଚ୍ ରେ ଠାନ୍ ପାଇବାର ବଲାଙ୍ଗିର କ୍ରୀଡ଼ା ଜଗତ ଲାଗି ଗୁଟେ ଖୁସି ଖବର। ଯୁବ କ୍ରିକେଟର୍ ଙ୍କର ଲାଗି ଇ ଟୁର୍ଣ୍ଣାମେଣ୍ଟ ନିଜର ପ୍ରତିଭା ପ୍ରଦର୍ଶନ କରବାର ସାଙ୍ଗେ ଆଗାମୀ ଦିନରେ ଉଚ୍ଚସ୍ତରୀୟ କ୍ରିକେଟ୍ରେ ନିଜର ସ୍ଥାନ ସୁଦୃଢ଼ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ।




