ତାଜା ଖବର

ଧନେବନ୍ଦ ଆର୍ଡି ରାସ୍ତା ରେ ରହିଛି ମରଣ ଦ୍ଵାର ଗଛ ।

କଲାହାଣ୍ଡି;୦୫/୧୧(ମୋର୍ ସମିୟା) ଅଜବ ଠିକାଦାର କୁ ଗଜବ ଇଞ୍ଜିନିଅର । ରାସ୍ତା କଡ଼ ଯଦି ଘର ଟିଏ ଥିବ ତାହେଲେ ସେହି ଘର କୁ ଭାଙ୍ଗି ରାସ୍ତା ତିଆରି କରାଯାଏ,ଜଣେ ନିରୀହ ଲୋକ ଙ୍କ ଘର ଭାଙ୍ଗି ରାସ୍ତା ତିଆରି କରାଯାଏ । ତେବେ ଗୋଟିଏ ପୁରୁଣା ବଡ ସିପୋ ଗଛ ଟିଏ ରହିଛି । ଏହି ଗଛ କୁ କାହିଁକି କଟା ଗଲା ନାହିଁ ଏବଂ ନ କାଟି ରାସ୍ତା ତିଆରି କେମିତି କରାଗଲା । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ଅନ୍ତର୍ଗତ କଣ୍ଡରେଇ ଧନେବନ୍ଦ ଠାରୁ ସିଲେଟପଡା କୁସୁର୍ଲା ୫୯ ନମ୍ବର ଏନଏଚ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ସାଇଟ ରେ ଥିବା ଗୋଟିଏ ବିରାଟ ବଡ ସିପୋ ଗଛ ରହିଛି । ବର୍ଷା ପବନ ହେଲେ ଗଛ ଡାଳ ଭାଙ୍ଗି ପଡିଥାଏ । ଗଛ ଟି ଚାରି ପାଶ୍ୱ କୁ ଘେରି ରହିଥିବାରୁ ରାସ୍ତାରେ ଯାତାୟାତ କରୁଥିବା ବେଳେ ଭୟ ମଧ୍ୟ ରହିଛି । ଏହି ରାସ୍ତା ଦେଇ ଜୋରାଡବରା ପଞ୍ଚାୟତ ଅଫିସ,ଆର ଆଇ ଅଫିସ, ବ୍ୟାଙ୍କ, ସୁସାଇଟି,ହାଇସ୍କୁଲ, କଲେଜ, ଏହି ସମସ୍ତ କାଯ୍ୟ ପାଇଁ ଯାଉଥିବା ଛାତ୍ର ଛାତ୍ରୀ ଏବଂ ଅଖା ପାଖ ଅଂଚଳ ର ଲୋକେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି । କାହାର ନଜର ରେ ସେହି ଅବସ୍ଥା ଥିବା ଗଛ ଉପରେ ଦୃଷ୍ଟି ପଡ଼ୁନାହିଁ । ଯାତାୟାତ ସମୟରେ ଦୁର୍ଭାଗ୍ୟ ବସତ କେତେ ବେଳେ କାହାର ଅସୁବିଧା ନ ହେବ ସେଥିପାଇଁ ସମାଜ ସେବି ତପିନ୍ଦ୍ର ସାହୁ ପ୍ରଶାସନ କୁ ଯଥା ଶୀଘ୍ର ପଦକ୍ଷେପ ନେଇ ସମସ୍ୟା ଭିତରେ ରହିଥିବା ମରଣ ଦ୍ଵାର ଗଛ କୁ କାଟି ସାଧାରଣ ଲୋକଙ୍କ ଜୀବନ ରକ୍ଷା କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ଜମି ମାଲିକ କହିବା କଥା ପୂର୍ବରୁ ମଉଳି ନାମ କ ଦେବୀ ଏହି ଗଛରେ ରୋହଣି କରିଅଛି । ଜଣେ ଗଛ କୁ କାଟିବାକୁ ଚେଷ୍ଟା କରିଥିଲା କିନ୍ତୁ କାଟି ପାରିଲା ନାହିଁ । କେହି ଏ ଗଛକୁ କାଟିବାକୁ ଚେଷ୍ଟା କରେ ତେବେ ତାହାର ଉପରେ ପ୍ରଭାବ ପଡିଥାଏ । ବୋଲି କହିଥିବାରୁ ଏହି ଗଛକୁ ଧ୍ୟାନ ନ ଦେଇ ଏହି ଅବସ୍ଥାରେ ଛାଡି ଦେଇଛନ୍ତି । ତେବେ ଦେବି କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ରୋହଣି ପାଇଁ ସ୍ଥାପନ କରି ଦେଲେ ଭଲ ହୁଅନ୍ତା । ଏହି ଗଛ ଦୀର୍ଘ ଦିନରୁ ରହି ଥିବାରୁ ଗଛର ଡାଳ ଡେହି ରାସ୍ତା କୁ ଜାବୁଡି ରହିଛି ! ତେବେ ଖବର ପ୍ରସାରିତ ପରେ କେତେ ଶୀଘ୍ର ଅର୍ଡି ବିଭାଗ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!