ତାଜା ଖବର
ଉପ ମୁଖ୍ୟମନ୍ତ୍ରୀ ଙ୍କ ବରଗଡ଼ ଗସ୍ତ ପୂର୍ବରୁ ଚାଷୀ ନେତା ଙ୍କୁ ଉଠେଇ ନେଲା ପୋଲିସ ।
ଚାଷୀ କେ ଡ଼ରୁଛନ୍ କେ କୃଷି ମନ୍ତ୍ରୀ ?

ବରଗଡ଼;୨୩/୦୭ (ମୋର୍ ସମିୟା) ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କର ବଡ଼ଗଡ଼ ଗସ୍ତ ପୂର୍ବରୁ ଚାଷୀ ନେତା ଙ୍କୁ ଉଠେଇ ନେଲା ପୋଲିସ । ସଂଯୁକ୍ତ କୃଷକ ସଙ୍ଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ସୁଦାମ ପାତ୍ର ଙ୍କୁ ଉଠେଇ ନେଇଛେ ପୋଲିସ । ବରଗଡ଼ ଜିଲ୍ଲା ର ଅତାବିରା ବ୍ଲକ ଲଚିଦା କୃଷି ଫାର୍ମ, କାଠଡେରା ରଥାଯାତ୍ରା, ଖୁଣ୍ଟପାଲି ରଥାଯାତ୍ରା ଏନ୍ତା ଭିନଭିନ୍ ଜାଗା ରେ ରହିଛେ ତାଙ୍କର କାର୍ଯକ୍ରମ । କିନ୍ତୁ କୃଷି ମନ୍ତ୍ରୀ ଙ୍କର ଗସ୍ତ ପୂର୍ବରୁ ଆଗୁଆ ଉଠେଇନେବାର କଥା କେ ସହଜ ରେ ହଜମ୍ ନାଇ କରିପାରବାର ଚାଷୀ ଓ ସାଧାରଣ ଜନତା । ଲୋକେ କହୁଛନ୍ ଚାଷୀ ଙ୍କୁ ସରକାର ଙ୍କର୍ ଏତେ ଡ଼ର କେଁଯେ ?




