ତାଜା ଖବର

କ୍ୟାପିଟାଲ ଥାନା ରେ ହାଜର ହେବେ ପାଣ୍ଡିଆନ, ଫାଇଲ ଚୋରି ମାମଲା ରେ ପାଣ୍ଡିଆନ କୁ ସମନ୍।

ରାଜ୍ୟ ରାଜନୀତି ରେ ବଡ଼ ହଲଚଲ୍।

ଭୁବନେଶ୍ବର;୨୩/୦୭(ମୋର୍ ସମିୟା) ପୂର୍ବତନ ଆଇଏସ୍ ଅଫିସର୍ ଭି.କେ ପାଣ୍ଡିଆନ ଙ୍କୁ ଥାନା ରେ ହାଜର ହେବାକୁ ନୋଟିସ୍। ଆସନ୍ତା ୨୫ ତାରିଖ ୧୧ ଟା ସୁଦ୍ଧା କ୍ୟାପିଟାଲ ଥାନା ରେ ହାଜର ହେବା ପାଇଁ ଆସିଛି ନୋଟିସ । ସିଏମଓ ରୁ ଫାଇଲ ଗାୟବ ଘଟଣା ରେ ନୋଟିସ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଓ ସମ୍‌ ହସ୍ପିଟାଲରେ ନିଆଁ ଲାଗିବା ସମ୍ପର୍କିତ ତଦନ୍ତ ଫାଇଲ ସିଏମଓରୁ ଗାୟବ ହୋଇଯାଇଛି। ଏହି ଘଟଣାରେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବରୁ ଦୁଇ ପୂର୍ବତନ ଅଧିକାରି ଙ୍କୁ ହେଇଥିଲା ନୋଟିସ । ମନୋଜ ମିଶ୍ର ହାଜର ହୋଇଥିବା ବେଳେ ରାଜେଶ ବର୍ମା ହାଜର ହୋଇନାହାନ୍ତି । ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବାକୁ ପାଣ୍ଡିଆନଙ୍କୁ ନୋଟିସ୍‌ରେ କୁହାଯାଇଛି। ନିଜସହ ଜରୁରୀ କାଗଜପତ୍ର, ରେକର୍ଡ, ଇଲୋକ୍ଟ୍ରୋନିକ୍ସ ଉପକରଣକୁ ସାଙ୍ଗରେ ଆଣିବାକୁ କୁହାଯାଇଛି।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!