
କଳାହାଣ୍ଡି;୦୮/୧୦(ମୋର୍ ସମିୟା) କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କ ପାଇଁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ମକଳିଙ୍ଗ ଗହୀର, ମୁଖ୍ୟ ବକ୍ତାଭାବେ ବ୍ୟଙ୍ଗକବି ବିକାଶ ବେହେରା, ସମ୍ମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଡ଼. ମଦନ ମୋହନ ସାହୁ, ଓଡ଼ିଆ ଅଧ୍ୟାପକ ସଦାନନ୍ଦ ଶତପଥୀ, ଇଂରାଜୀ ଅଧ୍ୟାପକ ଦୁର୍ଯ୍ୟୋଧନ ବିଷୋୟୀ, ବରିଷ୍ଠ କିରାଣୀ ଭକ୍ତବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇଥିବାବେଳେ କଲେଜର ଧର୍ମେନ୍ଦ୍ର ପଧାନ, ବୁଦ୍ଧଦେବ ପ୍ରଧାନ, ଚଉବନ ପ୍ରଧାନ, ବିଶ୍ଵନାଥ ଭୋଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଜୀବନରେ ସୁପଥଗାମୀ ହୋଇ ଜଣେ ଜଣେ ଉତ୍ତମ ଛାତ୍ର ହେବାପାଇଁ ମାର୍ଗ ଦର୍ଶନ କରିଥିଲେ । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ତୃତୀୟ ବର୍ଷର ମୋହନ ଚରଣ,ହିଂମାଶୁ,ଭରତ, ବାଦଲ,କ୍ଷୀରୋଦ୍,ପ୍ରଭାତ ରଞ୍ଜନ, ବର୍ଷା,ବିନ୍ଦୁ କାର୍ଯ୍ୟକ୍ରମରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଛାତ୍ର ରୋହିତ ଓ ଶୁଭମ ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ରୀ ରେଖା ଧନ୍ୟବାଦ ଅର୍ପଣ କରିଥିଲେ ।




