
କଳାହାଣ୍ଡି;୦୮/୧୦ (ମୋର୍ ସମିୟା) କରଲାମୁଣ୍ଡା ବ୍ଲକ ସ.ମାଲପଡା ପଞ୍ଚାୟତ ପୁଟିଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଶୁଭ ଜନ୍ମ ମାସ ଅବସରରେ ଆଙ୍ଗନମିଲନ । ଏହି ଅବସରରେ ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ କଳ୍ପଲତା ତ୍ରିପାଠୀ, ଓ ମିଶ୍ରଣ ପର୍ବର କୋଡିନେଟର ଜୟନ୍ତୀ ସାହୁ, ଅଙ୍ଗନବାଡି ଦିଦି କିଆଫୁଲ କୁମାର, ଆଶା ଦିଦି ଜୋମ୍ବୋବତୀ ସାହୁ, ସହାୟିକା ଦିଦି ଘରମାନି ସାହୁ, ଉପସ୍ଥିତ ରହି ସେଠିକାର ଶିଶୁ ମାନଙ୍କୁ ଚକୋଲେଟ ବଣ୍ଟନ କରିବା ସହ ଶିଶୁ ଙ୍କର ପୋଷଣ ଓ ସୁସ୍ଥ ଭବିଷ୍ୟତ ଗଠନରେ ନିରନ୍ତର ଅବଦାନ ରଖିଥିଲେ। ତଥା ମହାମାରୀ କରୋନା ସମୟରେ ଏମାନଙ୍କର ଭୂମିକା ପାଇଁ ଅଙ୍ଗନବାଡି ଦିଦିଙ୍କୁ, ସହାୟିକା ଙ୍କୁ ସମ୍ମାନିତ କରିଥିଲେ।



