
ବଲାଙ୍ଗିର;୦୮/୧୦ (ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା କୁସମେଲ ପଞ୍ଚାୟତ ଜାମୁଟିଆ ଗାଁ ପାଖେ ଗୁଟେ ଗଛେ ଅଜଣା ବ୍ୟକ୍ତି ର ମଲା ଦେହେ ଝୁଲୁଥିବାର ସୂଚନା । ଆଜି ସକାଳୁ ଗାଁ ଲୋକ ମାନେ ଶୌଚ ହେଇ ଯାଉଥିବାର ସମିୟା ରେ ଗଛେ ମଲା ଦେହେ ଝୁଲୁଥିବାର ଦେଖି ପୋଲିସ କେ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦନଭାଟି ଫାଣ୍ଡି ପୋଲିସ ପହଞ୍ଚି କରି ତଦନ୍ତ ମୁଲ କରିଛନ୍ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ବି ପହଞ୍ଚିଛେ । ମୃତ ଯୁବକ ଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛେ। ଦେହେ ଗଛେ ଝୁଲୁଥିବାର ବେଲକେ ଚପଲ ଦୁଇଟା ଗଛ ତଲେ ଅଛେ । ମଲା ଦେହେ କେ ଜବତ୍ କରି ଶବ ବ୍ୟବଛେଦ ଲାଗି ଭୀମ ଭୋଇ ଡାକ୍ତରଖାନା କେ ପଠେଇ ଦିଆଯାଇଛେ । ଇ ଟା ହତ୍ୟା କି ଆତ୍ମହତ୍ୟା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛେ। ଅଧିକା ତଦନ୍ତ କରୁଛେ ପୋଲିସ ।



