
ବଲାଙ୍ଗିର;୦୮/୧୦ (ମୋର୍ ସମିୟା) ଏମଏମଡିଆର ୨୦୨୬ ପ୍ରତ୍ୟାହାର, ପିଲା ଙ୍କର ବହି ତ୍ରୁଟି ଗଣଶିକ୍ଷା ମନ୍ତ୍ରୀ ଙ୍କର ଇସ୍ତଫା ଦାବି,ବନ୍ୟା ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ନେଇକରି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବନ୍ଦ୍ ରେ ପ୍ରବାହିତ ହେଇଛେ ବଲାଙ୍ଗିର ଜିଲ୍ଲା । ବନ୍ଦ୍ ରେ ସରକାରୀ ଆର୍ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ,ଗାଡ଼ି ଚଳାଚଳ,ଦୋକାନ ବଜାର ଆଦି ବନ୍ଦ୍ । ସହର ଭିନଭିନ୍ ଜାଗା ରେ ପିକେଟିଂ କରିଛନ କଂଗ୍ରେସ କର୍ମୀ । ସକାଳୁ ସକାଳୁ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସାମ୍ନା ରେ ପିକେଟିଂ କରି ନାରାବାଜି ସାଙ୍ଗେ ବନ୍ଦ୍ କେ ସଫଳ କରବାର ଲାଗି ଉଦ୍ୟମ । ଇ ବନ୍ଦ୍ ରେ ଜିଲ୍ଲା କଂଗ୍ରେସର ସଭାପତି ଅନିଲ ମେହେର, ସାଧାରଣ ସମ୍ପାଦକ ଅମରେନ୍ଦ୍ର ମିଶ୍ର,ଅଜୟ ବାଲି,ଅନିଶ ମିଶ୍ର, ଅସିତ ମିଶ୍ର, ନଗର ସଭାପତି ବୁଲୁ ଦାନି ଏନ୍ତା ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ବନ୍ଦ୍ ଲାଗି ସହର ର ଦୋକାନ ବଜାର ବନ୍ଦ ଆର୍ ଯାତାୟାତ ପ୍ରଭାବିତ ।




