ତାଜା ଖବର

ବରଗଡ଼ ରେ ବିଗୁଡୁଛେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ଏସପି ଙ୍କର ବଦଳି ଦାବିରେ ଗର୍ଜିଲେ ଓକିଲ ସଂଘ ।

ବରଗଡ଼ ରେ ଗଡବଡ଼।

ବରଗଡ଼:୧୧/୦୨(ମୋର୍ ସମିୟା) ଭୁସଲି ଯାଇଛେ ବରଗଡ଼ ର ଆଇନ୍ ଶୃଙ୍ଖଳା ପରିସ୍ଥିତି। ଦିନର ଦ୍ୱିପହର ଥି ଚାଲିଛେ ନିଶା କାରବାର, ଲୁଟପାଟ, ହତ୍ୟା,ଚୋରି ଡକାୟତି । ଅଶାନ୍ତ ବରଗଡ଼ ସହର । ଭୟ ରେ ବରଗଡ଼ ବାସି । ଇ ଥିର ଲାଗି ଗଲା କାଲି ବରଗଡ଼ ଜିଲ୍ଲା ଓକିଲ ସଂଘ ତରଫ ରୁ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଦେଶ୍ୟ ରେ ଦାବିପତ୍ର ଦେଇଛନ୍ । ଓକିଲ ସଂଘ ର କର୍ମକର୍ତ୍ତା ସଂଘ କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ସାଙ୍ଗେ ନାରାବାଜି ଲଗେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ,ପରେ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ଙ୍କୁ ଦେଇଥିଲେ ଦାବିପତ୍ର ।ବରଗଡ଼ ଏସପି ଙ୍କର ବଦଳି,ଅସାମାଜିକ କାମ କେ ଦମନ, କେନ୍ତା କରି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରେହେବା ଦାବି କରିଛନ ଓକିଲ ସଂଘ।

ଜିଲ୍ଲା ରେ ନିଶା କାରବାର ବଢ଼ି ଚାଲୁଥିବାର ନୁ ଦିନୁ ଦିନକେ ଅପରାଧିକ କାର୍ଯ୍ୟକଳାପ ବଢ଼ବାର ରେ ଲାଗିଛେ । ସବୁ ଜାନି କରି ବି ପୋଲିସ ର ହାତ ଖାଲି,ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନାଇ କରି ପାରୁଥିବର୍ ନେଇ ଉଲ୍ଲେଖ କରିଛନ ଓକିଲ ସଂଘ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!