
ଭୁବନେଶ୍ଵର;୧୮/୧୦ (ମୋର୍ ସମିୟା) ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜ ମୋହନ ରାମ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟାଣ୍ଡନ ରାଜ୍ୟପାଳ ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମନ୍ତ୍ରୀ ମଣ୍ଡଳ ର ସଦସ୍ୟ, ବାଚସ୍ପତି ସୁରମା ପାଢ଼ୀ, ପୋଲିସ ବିଭାଗ ର ଅଧିକାରୀ, ଅଥିତି,ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଦି ଉପସ୍ଥିତ ଥିଲେ ।
ବ୍ରଜ ମୋହନ ରାମ ଭାରତୀୟ ଜନତା ପାର୍ଟି ( ବିଜେପି) ର ଜଣେ ବରିଷ୍ଠ ନେତା ଥିଲେ । ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନ ରୁ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ବିଜୟୀ ହେଇଥିଲେ।୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।




