ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କର ସାମ୍ନା ରେ ଚାଷୀ ଙ୍କୁ ମରଣାତ୍ମକ ଆକ୍ରମଣ କଲେ ବିଜେପି କର୍ମୀ ଓ ପୋଲିସ ।
ଚାଷୀ କହେଲେ ଓଡ଼ିଶା ରେ ଚାଲିଛେ ଇଂରେଜ ଶାସନ ।

ସୋନପୁର;୧୧/୦୧(ମୋର୍ ସମିୟା) ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ଚାଷୀ ଙ୍କୁ ନୌଟଙ୍କି କହି ସମାଲୋଚନା ର ଶିକାର ହେଇଥିଲେ ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ଚାରି ଆଡ଼େ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବିରୋଧ କରବାର ଦେଖବାର କେ ମିଲିଥିଲା, ତାର ସାଙ୍ଗେ ଚାଷୀ ମାନକେ କ୍ଷମା ପ୍ରାର୍ଥନା କରୁନ ବଲି ବି ଦାବି କରିଥିଲେ ଭିନଭିନ୍ ଚାଷୀ ସଂଗଠନ। ଆର୍ ଗଲା କାଲି ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ହେଇ ଆସିଥିଲେ । ଉପ ମୁଖ୍ୟମନ୍ତ୍ରୀ ପୋଡ଼ିୟମ କେ ଭାଷଣ ଦେଇ ଆସବାର ସମିୟା ରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲେ ଚାଷୀ ନେତା ମାନେ । ବିରୋଧ କରବାର ନୁ ପୋଲିସ ଓ କିଛି ବିଜେପି କର୍ମୀ ବିରୋଧକାରୀ କେ ଆକ୍ରୋଶ ହେଇ ମରଣାତ୍ମକ ଆକ୍ରମଣ କରିଥିବାର ଅଭିଯୋଗ । ଚାଷୀ ର ଉପରେ ଚାୟର ମାଡ ସାଙ୍ଗେ ଟଣ୍ଟି ରେ ଗାମଛା ବାନ୍ଧି ଟେକି ନେଇଥିବାର ଦୃଶ୍ୟ ଏବେ ଖୁବ୍ ଜୋର୍ ରେ ଚାରିଆଡ଼େ ସୋସିଆଲ ମିଡ଼ିଆ ରେ ଭାଏରାଲ ହେବାର ରେ ଲାଗିଛେ । ଚାଷୀ ମାନଙ୍କୁ ଇ ପ୍ରକାର ବ୍ୟବହାର ଦେବାର ଟା କେ ନେଇ ସାଧାରଣ ଜନତା ଙ୍କର ଭିତରେ ବି ଆସୋନ୍ତୋଷ ବଢ଼ବାର ରେ ଲାଗିଛେ । କିଛି ଗଣ୍ଡଗୋଲ୍ ହେଲେ ଜେନ ଜାଗା ରେ ପୋଲିସ ପରିସ୍ଥିତି କେ ନିୟନ୍ତ୍ରିତ କରବାର କଥା ସେ ଜାଗା ରେ ପୋଲିସ୍ ଆନ୍ଦୋଳନ କାରି ଙ୍କୁ ମରଣାତ୍ମକ ଆକ୍ରମଣ କରବାର ଟା କେ ନେଇ ଚାରି ଆଡ଼େ ଅସନ୍ତୋଷ । ଇ ଘଟଣା କେ ନିନ୍ଦା କରି ଆଗାମୀ ଦିନ ରେ କୃଷି ମନ୍ତ୍ରୀ ଙ୍କୁ ଓ ରାଜ୍ୟ ସରକାର କେ ବିରୋଧ କରି ରାଜରାସ୍ତା ରେ ଆନ୍ଦୋଳନ ହେବା ବଲି ଚେତାବନୀ ଦେଇଛନ ଚାଷୀ ନେତା ।




