ଅପରାଧତାଜା ଖବର

ବଲାଙ୍ଗିର ର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଙ୍କୁ ଅପହରଣ ।

ପୋଲିସ ର ତଦନ୍ତ ଜାରି ।

ବଲାଙ୍ଗିର;୧୫/୦୮(ମୋର୍ ସମିୟା) ବଲାଙ୍ଗିର ର ଜଣାଶୁଣା ହୋଟେଲ ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା) ଙ୍କୁ ଅପହରଣ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । ଗଲା କାଲି ରାତି ଟାଉନ୍ ଥାନା ରେ ଅଭିଯୋଗ । ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ ଙ୍କର ନେତୃତ୍ୱ ରେ ଭିନଭିନ୍ ଜାଗା ରେ ପୋଲିସ ର ଟିମ୍ ଯାଇ ଖୁଜାନୁରା କରୁଛେ । ପରିବାର ଲୋକ କେ ବି ଚାଲିଛେ ପଚରା ଉଚରା । ବଲାଙ୍ଗିର – ସୋନପୁର ରାସ୍ତା ର ଟୋଲ୍ ଗେଟ୍ ପାଖୁ ବ୍ୟବସାୟୀ ଙ୍କର ମାରୁତି ଜିମନି ଗାଡ଼ି ଉଦ୍ଧାର । ଟୋଲ୍ ଗେଟ୍ ପାର ହେବାର ସମିୟା ରେ ବିହାର ନମ୍ୱର୍ ଗାଡ଼ି ଆଗେ ପଛେ ଯାଉଥିବାର ଆର୍ କିଛି ଜନ୍ ଙ୍କର ସାଙ୍ଗେ ବଚସା ହେବାର ସିସିଟିଭି ଫୁଟେଜ ନୁ ଜଣା ପଡ଼ିଛେ । ଅପହରଣ ପଛେ ବିହାର ଅପରାଧୀ ଙ୍କର ଲିଙ୍କ୍ ନେଇ ପୋଲିସ ର ସନ୍ଦେହ । ଭୁବନେଶ୍ବର ପାଖେ ଶେଷ ଲୋକେସନ ଟ୍ରାକ ହେଇଥିବାର ଜଣାପଡ଼ିଛେ । ବହୁତ୍ ଜଲଦି ବ୍ୟବସାୟୀ କେ ଉଦ୍ଧାର କରିପାରେ ପୋଲିସ । କିନ୍ତୁ ବାହାର ରାଏଜ ନୁ ଅପରାଧୀ ଆସି ସହର ଭିତର ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କେ ଅପହରଣ କରିନେବାର ଘଟଣା ଏବେ ସାରା ସହର ରେ ଚର୍ଚ୍ଚା। ପୋଲିସ କେ ଦିନ ଦାହାଡ଼ା ଖୋଲା ଚ୍ୟାଲେଞ୍ଜ କରୁଛନ ଅପରାଧୀ । ଏନ୍ତା ଘଟଣା ବଲାଙ୍ଗିର ସହର ରେ ପହେଲା କହୁଛନ ଲୋକେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!