ମୁରିବାହାଲ ବିକାଶ ମଞ୍ଚ ପକ୍ଷ ରୁ ଓ ସାଧାରଣ ଲୋକେ ମିଶି କଲେ ମୁରିବାହାଲ ଗ୍ରିଡ଼ ଘେରାଉ ।
ବାରମ୍ବାର ଲାଇନ୍ କାଟୁଥିବାର ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

ବଲାଙ୍ଗିର;୧୯/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ମୁରିବାହାଲ ବିକାଶ ମଞ୍ଚ ତରଫ ରୁ ଆଜି ଗ୍ରିଡ଼ ଘେରାଉ କରାଯାଇଥିଲା । ଟାଟା ପାୱାର ର ଅତ୍ୟାଚାର ନାଇ ଚଲେ, ଟାଟା ପାୱାର ହାଏ ହାଏ, ମୁରିବାହାଲ ଟାଟା ପାୱାର ମୁର୍ଦାବାଦ ନାରା ରେ ଗର୍ଜିଥିଲେ ଲୋକେ । ବିଦ୍ୟୁତ୍ ବିଭାଗ ନା ରେ ଆନଲେ ମାଲ ମାଲ ଅଭିଯୋଗ ।
ସ୍ଥାନୀୟ ଲୋକଙ୍କର କହିବାର ହିସାବେ ମୁରିବାହାଲ ବିଦ୍ୟୁତ୍ ବିଭାଗ ବିନା ସୂଚନା ରେ ବାରମ୍ବାର ତାଙ୍କର ମନମୁଖି ଲାଇନ କାଟୁଛନ । ଇ ଖରା ମାସେ ଲାଇନ କାଟବାର ନୁ ଘରେ ରହିବସି ନାଇ ପାରବାର ସାଧାରଣ ଲୋକେ । ଚାଷ କାମ, ଅଫିସ୍ କାମ,ଛାତ୍ର ଛାତ୍ରୀ ଙ୍କର ପଢ଼ା ରେ ବି ବାଧା ହଉଥିବାର ଅଭିଯୋଗ କଲେ ଲୋକେ । ଲାଇନ ବିଲ୍ ଆନିଗଲା ବେଲେ ଗରୀବ ଦୁଃଖୀ ଲୋକଙ୍କ ର ନୁ ଜୋର୍ ଜବରଦସ୍ତି ବିଲ୍ କାଟୁଛନ । ମିଟର ନୁ ସହ ସହ ଟଙ୍କା ର ବିଲ୍ ଆସୁଥିବାର ବେଲେ ବାରମ୍ବାର ଅଭିଯୋଗ ପରେ ବି ଯାଞ୍ଚ ନାଇକରବାର୍ ବିଦ୍ୟୁତ୍ ବିଭାଗ । ଏନ୍ତା କିଛି ସାଙ୍ଘାତିକ ଅଭିଯୋଗ ଆନଲେ ସାଧାରଣ ଲୋକେ ।
କିଛି ସମିୟା ଗଲା ପରେ ମୁରିବାହାଲ ବିଦ୍ୟୁତ୍ ବିଭାଗ ର ଅଧିକାରୀ ଆସି ସାଧାରଣ ଲୋକ ଙ୍କୁ ପ୍ରତିଶୃତି ଦେଇଛନ । ଲାଇନ କାମ ଚାଲିଥିବାର ନୁ ଏବେ ୧୫-୨୦ ଦିନ ଲାଇନ କଟବା ଓ ଅଦିନିଆ ଧୁକା ପବନ ହେଉଥିବାର ନୁ ପୋଲ ମାନେ ଭାଙ୍ଗି ଯାଇଛେ, ସେଥିର ଲାଗି ଲାଇନ କାମ ଚାଲି ଥିବାର ନୁ ଲାଇନ କଟୁଥିବାର କହିଛନ ବିଭାଗୀୟ ଅଧିକାରୀ। ଆଗାମୀ ଦିନ ରେ ଅସୁବିଧା କେ କେନ୍ତା କରି ସୁବିଧା କରାଯିବା ସେ ଉପରେ ଧ୍ୟାନ ଦେମୁ କହିଛନ ମୁରିବାହାଲ ବିଦ୍ୟୁତ୍ ବିଭାଗ ର ଅଧିକାରୀ ।