ଆବାସ ଘର୍ ଲାଗି ବାଧକ୍ ସାଜିଛେ ନେଟୱର୍କ
ଚିନ୍ତା ରେ ହିତାଧିକାରୀ ଆରୁ ଅଫିସର୍

ଲାଞ୍ଜିଗଡ଼,୨୦/୦୨(ମୋରସମୀୟା): ସବୁ ପଞ୍ଚାୟତର ପ୍ରତ୍ୟୋକ ଗାଁକେ ଗାଁ ଯାଇକରି ଯୋଗ୍ୟ ହିତାଧିକାରୀକେ ଚିହ୍ନଟ କରି ସେମାନକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନଲାଇନ ସର୍ଭେ କରି ତାଲିକାନେ ଅନ୍ତର୍ଭୁକ୍ତ କରବା ପାଇଁ ସରକାରଙ୍କର ନିର୍ଦେଶ ରହିଥିବାର କଥା କୁହାଯାଉଛେ।ଏସବୁ ସର୍ଭେ କରବାର ଲାଗି ପରତେକ୍ ପଞ୍ଚାୟତର ପିଇଓ,ଜି.ଆର୍.ଏସ୍,ସାଙ୍ଗେ ଜିଓ ଟେଗର୍ ମାନକେ ଦାୟିତ୍ୱ ଦିଆଯାଇଛେ ।
ହେଲେ ଦୁଃଖର ବିଷୟ ଯେ’ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ତରର୍ କାମନେ ହେଉ ନେଟୱାର୍କ ଆରୁ ଇଣ୍ଟେର୍ନେଟର ନିହାତି ଆବଶ୍ୟକତାର ରହିଥିବାର ବେଳେ ଡିଜିଟାଲ ଭାରତରେ ବି ଏବେ ଯାଏଁ ଲୋକମାନେ ନେଟୱାର୍କ ପାଇଁ ଅନେକ ସମସ୍ୟା ଭୋଗୁଛନ୍। ପଞ୍ଚାୟତରେ ଅନେକ ଗୁଡ଼ାଏ ନିର୍ଦ୍ଧିଷ୍ଟ କମ୍ପାନୀର ନେଟୱାର୍କ ଖୁଟା ସ୍ଥାପନ ହେଇଛେ ସତ୍ କିନ୍ତୁ ଫୋନ୍ କଲ ଛଡ଼ା କୌଣସି ନେଟୱାର୍କ ଟେ ଏବେ ଯାଏଁ ଇଣ୍ଟେର୍ନେଟର ବ୍ୟବସ୍ଥା ହେଇନାଇଁ ପାର୍ ବାର୍।ଯେନଟାର ଲାଗି କି ଲୋକେ ଡଙ୍ଗର ପାହାଡ଼ ଚଢ଼ି ପ୍ରଧାନମନ୍ତ୍ରୀ ଆବାସ ଘର ଅନଲାଇନ ସର୍ଭେ କରୁଥିବାର ଦୁରୁଶ୍ ଟେ ଦେଖବାକେ ମିଲିଛେ । ଏନ୍ତା ଭଲିଆ ଚିତ୍ରଟେ ଦେଖବାକେ ମିଳିଛେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପଦର ପଞ୍ଚାୟତନେ। ଏ ପଞ୍ଚାୟତନେ ମୋଟ୍ ୧୫ ଟା ଗାଁ ରହିଥିବାର ବେଲକେ କେବଳ୍ କାଞ୍ଚନମୁଖି ଗାଁର ଗୋଟେ ପାହାଡ଼ଥି ଅଳ୍ପଟିକେ ଇଣ୍ଟେର୍ନେଟ ଚାଲୁଛେ ବୋଲି ସେଇ ପାହାଡ଼ ଉପରେ ପ୍ରଧାନମନ୍ତ୍ରୀ ଆବାସ ଘର ମାନେ ଅନଲାଇନ କରବାର ପାଇଁ ପ୍ରବଳ ଭିଡ଼ ଦେଖବାକେ ମିଳିଛେ । ଇ ପଞ୍ଚାୟତନେ ଅନେକ ଯାଗାଥି ଟାୱାର ସ୍ଥାପନ ହେଇଛେ ସତ୍ ହେଲେ ଆଏଜ୍ ତକ୍ ଠିକ ଭାବରେ ଫୋନ୍ କଲ ଛଡ଼ା କେନସି ଟାୱାରନେ ଇଣ୍ଟେର୍ନେଟ ଚଲାବାର ବ୍ୟବସ୍ଥା ନୁହେଁହୋଇ।ଇଆଡ଼େ ସରକାର ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କର ଆଧାରକାର୍ଡ,ବ୍ୟାଙ୍କବହି,ଜବକାର୍ଡ,ଆଇସ୍କେନ ସାଙ୍ଗେ ପୁର୍ନା ଘର ଆଉ କେନ୍ ଜାଗାଥି ନୁଆଁ ଘର ବନାହେବା ତାହାର ଅପ୍ଡେଟ୍ ସର୍ଭେ ସଂପୂରୁନ୍ ତଥ୍ୟ ମାଗୁଛନ୍ କିନ୍ତୁ ନେଟୱାର୍କ ସମସ୍ୟାର ଯୋଗୁଁ ସଂପୂରୁନ୍ ତଥ୍ୟ ଦେବାରନେ ସର୍ଭେ କାରୀ ମାନକେ ନାକେ ଦମ୍ ହେବାକେ ପଡୁଛେ। ତେବେ ଇ ଅଞ୍ଚଳନେ ବର୍ତମାନ ନେଟୱାର୍କ ସମସ୍ୟା ରହିଥିବାର ହେତୁ ଚିନ୍ତାନେ ହିତାଧିକାରୀ ଆଉ ସର୍ଭେ କରୁଥିବାର କର୍ମଚାରୀ ମାନେ। ତେଣୁକରି ଇଅଞ୍ଚଳର ନେଟୱାର୍କ ସମସ୍ୟାକେ ଯଥା ସମ୍ଭବ ଜିଲ୍ଲା ଆଉ ବ୍ଲକ ପ୍ରଶାସନ୍ ନଜର ଦେଇକରି ସମାଧାନ କରବାକେ ଅଞ୍ଚଳ ବାସୀଙ୍କର୍ ଦାବି ହେଉଛେ ।