ପଡ଼ଲା ମୋର୍ ସମିୟା ର ପ୍ରଭାବ, ଖବର ପ୍ରସାରଣ ପରେ ମିଲାଗଲା ଚୋରି ହେଇଥିବାର ଗାଡ଼ି ।
ଖୁସି ହେଲେ ଅଭିଯୋଗକାରୀ।

ବଲାଙ୍ଗିର;୨୧/୦୫( ମୋର୍ ସମିୟା) ଗଲା କାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ କେ ଚିକିତ୍ସା ଲାଗି ଯାଇଥିବାର ଜଣେ ବ୍ୟକ୍ତି ଙ୍କର ମେଡିକାଲ ସାମ୍ନା ରୁ ଗାଡ଼ି ଚୋରି ହେଇଯାଇଥିଲା । ସେମାନେ ବାହାର କେ ଆସଲା ପରେ ଗାଡ଼ି ନାଇଥିବାର ଦେଖି କରି ଅଭିଯୋଗ କରିଥିଲେ । ସିସିଟିଭି ଦେଖବାର ନୁ ଜଣେ ଅଜଣା ବ୍ୟକ୍ତି ଗାଡ଼ି କେ ଠେଲେଇ ଠେଲେଇ ନେଇ ଯାଉଥିବାର ଦେଖବାର କେ ମିଳିଥିଲା । ଗାଡ଼ି ନମ୍ୱର୍ ଓଡ଼ି ୩୧ ଏଫ୍ ୧୧୫୬ । ଆଉ ସବୁନୁ ଦୁଃଖ ର କଥା ହେଲା ଜେନ୍ ମାନେ ସେ ଗାଡ଼ି କେ ଆଣିଥିଲେ ସେଟା ସେମାନଙ୍କର ନିଜର ଗାଡ଼ି ନାଇ ଥାଇ ସେମାନେ ଅଲଗା କାହାର ନୁ ଗାଡ଼ି ମାଗି କରି ଆନିଥିଲେ। ଆଉ ଗାଡ଼ି ମାଲିକ ଗାଡ଼ି ଚୋରି ହେଇଥିବାର ଜାନିକରି ଗାଡ଼ି ଭରନା ବି ମାଗିଥିଲେ ।
ଉକ୍ତ ବ୍ୟକ୍ତି ଆଜି ସକାଲୁ ବଲାଙ୍ଗିର ଧୁମାମରା ରେ ଥିବାର ମୋର୍ ସମିୟା ଅଫିସ୍ କେ ଆସି ଅଭିଯୋଗ କରବାର ନୁ ଆଜି ସକାଲେ ଖବର ପ୍ରସାରଣ କରାଜାଇଥିଲା । ଇ ଖବର ଦେଖି କରି ବଲାଙ୍ଗିର ରାଧାରାଣୀ ପଡ଼ା ର ଜଣେ ବ୍ୟକ୍ତି ମୋର୍ ସମିୟା କେ ଫୋନ୍ କରିଥିଲେ, କହିଥିଲେ ଆପଣ ଜନେ ଗାଡ଼ି ଚୋରି ହେଇଯାଇଛେ କହୁଥିଲେ ସେ ଗାଡ଼ି ଅଛେ । ଜଣେ ବ୍ୟକ୍ତି ଗାଡ଼ି ଠେଲେଇ ଠେଲେଇ ନେଉଥିଲେ ଅଥା ହେଇଯିବାର ନୁ ଗାଡ଼ି ଛାଡ଼ିକରି ପଲେଇଛନ କହିଥିଲେ । ପରେ ସେମାନେ ବଲାଙ୍ଗିର ପୋଲିସ କେ ଜଣେଇ ଥିଲେ ଓ ପିସିଆର୍ ଆସି ଗାଡ଼ି କେ ଆଦର୍ଶ ଥାନା କେ ନେଇଥିଲା । ପରେ ଅଭିଯୋଗକାରି ଆସି ଆଦର୍ଶ ଥାନା ରୁ ଗାଡ଼ି ନେଇଥିଲେ । ମୋର୍ ସମିୟା ଲାଗି ଆଜି ଆମେ ଆମର ଗାଡ଼ି ପାଇଲୁ ବଲି ବହୁତ୍ ଖୁସି ହେବାର ସାଙ୍ଗେ ଧନ୍ୟବାଦ ଜଣେଇଥିଲେ।
କିନ୍ତୁ ବାରମ୍ବାର ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରୁ ଗାଡ଼ି ଚୋରି ଫୋନ୍ ଚୋରି ହେଉଥିବାର ଦେଖବାର କେ ମିଲୁଛେ । ଇତାର ସ୍ଥାୟୀ ସମାଧାନ କେଭେ ହଉଛେ ଦେଖବାର ବାକି ରହେଲା।