ପୁରୀ ରଥଯାତ୍ରା ରେ ବଡ଼ ଅଘଟଣ,ଚାଲିଗଲା ୩ ଜଣ ଶ୍ରଦ୍ଧାଳୁ ଙ୍କର ଜୀବନ ।
ଅବହେଳା ରୁ ମୃତ୍ୟୁ।

ପୁରୀ;୨୯/୦୬(ମୋର୍ ସମିୟା)ଆଜି ପାହାତିଆ ୫ ବଜେ ପୁରୀ ରେ ଘଟିଗଲା ବଢ଼େ ଟେ ଅଘଟଣ । ରଥ ସାମ୍ନା ରେ ଠେଲାପେଲା ରେ ଚାଲିଗଲା ୩ ଶ୍ରଦ୍ଧାଳୁ ଙ୍କର ଜୀବନ । ଘଟଣା ସ୍ଥଳରେ ୨ ଜଣଙ୍କର ଜୀବନ ଯାଇଥିବାର ବେଲକେ ଆଉ ଜଣେ ଡାକ୍ତରଖାନା ରେ ମୃତ । ମୃତ ଶ୍ରଦ୍ଧାଳୁ ମାନେ ଖୋର୍ଦ୍ଧା ଜିଲ୍ଲା ର ବଲି ଜଣାପଡ଼ିଛେ । ଠେଲାପେଲା ରେ ଅନେକ ଲୋକ ଆହତ ହେଇଥିବାର ବି ସୂଚନା ମିଲିଛେ । ସମକୁ ପୁରୀ ଡ଼ାକ୍ତରଖାନା ରେ ଭର୍ତ୍ତି କରା ଯାଇଛେ । ଆଜି ପୁରୀ ଜାଇ ନିଜେ ଘଟଣା ର ତଦନ୍ତ କରବେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ଅଘଟଣ ନେଇ ମୁଖ୍ୟମନ୍ତ୍ରୀ କେ ଜଣେଇଥିବାର କହିଛନ ମନ୍ତ୍ରୀ । ସୂଚନା ଯେ ଚାରମାଳ ନେଇ ଭିଡ଼ ଭିତରେ କେ ପଶି ଆସିଥିଲା ଟ୍ରକ୍ । ଟ୍ରକ୍ ଆସବାର ନୁ ଏତେ ବଡ ଅଘଟଣ ଘଟିଥିବାର୍ କହୁଛନ ପ୍ରତ୍ୟକ୍ଷଦର୍ଶୀ। କିନ୍ତୁ ତାଜୁବ କରିଦେବାର କଥା କି ଏତେ ସୁରକ୍ଷାକର୍ମୀ ଥିଲା ସତ୍ତ୍ଵେ ବି ତଲେ ପଡ଼ି ରହିଥିବାର ଶ୍ରଦ୍ଧାଳୁ କେ କିହେ ଉଦ୍ଧାର କରି ନାଇଥିଲେ । ପ୍ରାଥମିକ ଚିକିତ୍ସା କିମ୍ବା ପାଣି ଟିକେ ଦେବାର କେ ବି କିହେ ସୁରକ୍ଷାକର୍ମୀ ନାଇ ଥିବାର ଅଭିଯୋଗ ଆନଲେ ପ୍ରତ୍ୟକ୍ଷଦର୍ଶୀ । ଏତେ ବଡ଼ ରଥଯାତ୍ରା ରେ ପୋଲିସ ପ୍ରଶାସନ ର ଅବହେଳା କେ ନେଇ ପ୍ରଶ୍ନ କରୁଛନ ସାଧରଣ ଜନତା। ଆଜି ରବିବାର ହେତୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ଲାଗି ଆସିଥିଲେ କିନ୍ତୁ ଭିଡ଼ ନିୟନ୍ତ୍ରଣ ଲାଗି କେନ ଥିଲେ ସୁରକ୍ଷାକର୍ମୀ ? ରଥଯାତ୍ରା ସମିୟା ରେ ଆଉ ବି ଅନେକ ଲୋକଙ୍କର ମୃତ୍ୟୁ ହେଇଛେ କିନ୍ତୁ ପ୍ରଶାସନ ଚପେଇ ଦେଇଥିବାର କହୁଛନ ଜନତା । କିନ୍ତୁ ପ୍ରଶାସନ ସବୁ ଠିକ୍ ଥିଲା ଭିଡ଼ ଲାଗି ଏତେ ବଡ଼ ଅଘଟଣ ଘଟିଗଲା କହି ଘଟଣା କ ଆଡେ଼ଇ ଦେବାର କେ ଚେଷ୍ଟା କରୁଛେ । କିନ୍ତୁ ଏତେ ବଡ଼ ଯାତ୍ରା ରେ ଭିଡ଼ ହେବାର ତ ସ୍ଵାଭାବିକ କଥା,ଭିଡ଼ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବାର ପ୍ରଶାସନ ର ଦାୟିତ୍ଵ। ସେ ଦାୟିତ୍ଵ ର ଅବେହେଲା ଲାଗି ଘଟିଗଲା ବଡ଼ ଟେ ଅଘଟଣ,ଚାଲିଗଲା ୩ ଟା ନିରୀହ ଜୀବନ ।
ଘଟଣା ର ସଠିକ ତଦନ୍ତ କରି ଦୋଷୀ ଵିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ମୃତକ ଙ୍କର ପରିବାର ଲୋକେ ।