ଅପରାଧତାଜା ଖବର

ଗୁଣ୍ଡା ସାହୁ ଙ୍କୁ ଅପହରଣ ମାମଲା ରେ ମହିଳା ପୋଲିସ ଓ ସାମ୍ବାଦିକ ଗିରଫ୍ ।

୪ ଜଣ କେ କୋର୍ଟ ଚାଲାଣ।

ବଲାଙ୍ଗିର;୧୭/୦୮(ମୋର୍ ସମିୟା) ବଲାଙ୍ଗିର ର ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା) ଙ୍କୁ ଅପହରଣ କରବାର ମାମଲା ରେ ଜଣେ ମହିଳା ସବ୍ ଇନ୍ସପେକ୍ଟର ସ୍ନେହମଞ୍ଜରୀ ସାହୁ ଆର୍ ସାମ୍ବାଦିକ ସଞ୍ଜୟ ଜେନା ଗିରଫ୍ । ମହିଳା ପୋଲିସ ଆର୍ ସାମ୍ବାଦିକ ମିଶି ଗୁଣ୍ଡା ସାହୁ ଙ୍କୁ ଅପହରଣ କରବାର ଷଡ଼ଯନ୍ତ୍ର ର ଥିଲେ ସୂତ୍ରଧର । ସ୍ନେହମଞ୍ଜରୀ ସାହୁ ଙ୍କୁ ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ବାରାକରେ ଜେରା କରିଥିଲା । ଜେରା ପରେ ସବୁ ଘଟଣା ସାମ୍ନା କେ ଆସିଥିଲା । ମହିଳା ପୋଲିସ ହେଲେ କମିଶନରେଟ୍ ପୋଲିସର ହେଡକ୍ବାର୍ଟରରେ କାର୍ଯ୍ୟରତ ଇନ୍ସପେକ୍ଟର ସ୍ନେହମଞ୍ଜରୀ ସାହୁ । ଇ ଘଟଣା ର ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ଙ୍କର ଭଉଣୀ ହେଉଛନ୍ ସ୍ନେହମଞ୍ଜରୀ । ସାମ୍ୱାଦିକ ସଞ୍ଜୟ ଜେନା ଯେତେବେଲେ ଗୁଣ୍ଡା ସାହୁ କେ ଅପହରଣ କରାଗଲା ସେତେବେଲେ ଗୁଣ୍ଡା ସାହୁ ଙ୍କର ହାତେ ବନ୍ଧୁକ ରଖି କ୍ଷିତିଶ ଆଡ଼କେ ବନ୍ଧୁକ ଦେଖେଇ କରି ତାହାକୁ ମାରବାର କେ ଚେଷ୍ଟା କରାଯାଉଥିବାର ଭିଡ଼ିଓ ବନେଇଥିଲେ । ସେ ଭିଡ଼ିଓ ଏବେ ପୋଲିସ ହାତେ । ଅଗଷ୍ଟ ୧୫ ତାରିଖ ଖଣ୍ଡଗିରି ଥାନା ରେ ଗୁଣ୍ଡା ସାହୁ ଙ୍କର ନା ରେ ଏଫଆଇଆର ଦିଆଯାଇଥିଲା । ସେନ ଥିଲେ ସଞ୍ଜୟ ଜେନା । ସେନ ସେ ଏଗ୍ରିମେଣ୍ଟ କରିଥିଲେ । ସେ ଏଗ୍ରିମେଣ୍ଟ ରେ ଏନ୍ତା ଲେଖା ଯାଇଥିଲା ସତେ ଜେନ୍ତା ଗୁଣ୍ଡା ସାହୁ ତାକର ନୁ ଟଙ୍କା ନେଇଥିଲେ । ଜେନ୍ ଟା କେ ବଲାଙ୍ଗିର ପୋଲିସ ଏବେ ଜବତ୍ କରି ସଞ୍ଜୟ ଜେନା କେ ବି ଗିରଫ କରିଛେ। ଖଣ୍ଡଗିରି ଥାନା ରେ ନିଜକେ ପୋଲିସ ର ପରିଚୟ ଦେଇଥିଲେ ସାମ୍ବାଦିକ । ସଞ୍ଜୟ ନିଜେ ଗୁଟେ ଜାଲ ଏଫଆଇଆର ଲେଖିଥିଲେ । ଇ ଘଟଣା ରେ ଏବେ ପୋଲିସ ୪ ଜଣ କେ କୋର୍ଟ ଚାଲାଣ କରିଛେ । ଗିରଫ୍ ଅଭିଯୁକ୍ତ ମାନେ ହେଲେ କ୍ଷିତିଶ ସାହୁ, ମହିଳା ପୋଲିସ କର୍ମଚାରୀ ସ୍ନେହମଞ୍ଜରୀ ସାହୁ, ସାମ୍ବାଦିକ ସଞ୍ଜୟ ଜେନା ଓ ବଲାଙ୍ଗିର ତୁଲସିନଗର ପଡ଼ା ର ସଞ୍ଜିତ ବେହେରା । ସେମାନଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ ପରେ ବଲାଙ୍ଗିର ସିଭିଲ କୋର୍ଟ କେ ପହଞ୍ଚା ଯାଇଥିଲା । କୋର୍ଟ ଅଭିଯୁକ୍ତ ଙ୍କର ଜାମିନ ନାମଞ୍ଜୁର କରବାର ନୁ ୪ ଜଣ କେ ଜିଲ୍ଲା କାରାଗାର କେ ପଠେଇ ଦିଆ ଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!