ଅପରାଧଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ପାଟଣାଗଡ଼ ପାର୍ଶଲ ବୋମା ଘଟଣା ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର କେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ ।

୭ ବର୍ଷ ପରେ ହେଲା ରାୟ।

ବଲାଙ୍ଗିର;୨୮/୦୫(ମୋର୍ ସମିୟା) ୨୦୧୮ ମସିହା ଫେବୃୟାରୀ ମାସର ୨୨ ତାରିଖ ପାଟଣାଗଡ଼ ପାର୍ସଲ ବୋମା ଘଟଣା ସାରା ରାଜ୍ୟ ରେ ଚହଲ ସୃଷ୍ଟି କରିଥିଲା । ଇ ଘଟଣା ରେ ନବବିବାହିତ୍ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କର ଜେଜେମା ଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହେଇଥିଲା । ଇ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବାର ଭଇଁଶା କଲେଜ ର ଅଧ୍ୟାପକ ପୁଞ୍ଜିଲାଲ ମେହେର ବଲି ଜଣା ପଡିଥିଲା ।

ଦୀର୍ଘ ୭ ବଛର୍ ପରେ ଆଜି ରିମା ରାଣୀ ଓ ତାଙ୍କର ପରିବାର କେ ମିଲା ନ୍ୟାୟ। ପାଟଣାଗଡ଼ ଏଡ଼ିଯେ କୋର୍ଟ ପୁଞ୍ଜିଲାଲ କେ
ଦୋଷୀ ସାବ୍ୟସ୍ତ କରିଛନ । ଆଜି ସକାଳୁ କଡ଼ା ସୁରକ୍ଷା ବଳୟ ରେ ବଲାଙ୍ଗିର ଜେଲ୍ ନୁ ପାଟଣାଗଡ଼ କୋର୍ଟ ରେ ହାଜର ହେଇଥିଲା ପୁଞ୍ଜିଲାଲ। କୋର୍ଟ ରେ ବି କଡ଼ା ସୁରକ୍ଷା ଦେଇଥିଲେ ପୋଲିସ । ବହୁ ପ୍ରତୀକ୍ଷା ର ଅନ୍ତ ପରେ ଆଜି ରାୟ ଦେଲେ କୋର୍ଟ । ବର୍ତମାନ ସୁଦ୍ଧା କିନ୍ତୁ ଦୋଷୀ କେ ଦଣ୍ଡ କାଣା ମିଲବା ସେ ଉପରେ କିଛି ଶୁଣାଣି ନାଇ ଦେବାର ତାଲି ପାଟଣାଗଡ କୋର୍ଟ । ପରିବାର ଲୋକେ କହୁଛନ ଦୋଷୀ କେ ଫାଶୀ ହେଇଗଲେ ବି କମ୍ ପଡ଼ିଯିବା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!