ରାତି ସୁଈଥିବା ଅବସ୍ଥାରେ ବୃଦ୍ଧା କେ ତଟି କାଟି ହତ୍ୟା ଅଭିଯୋଗ ।
ହତ୍ୟା ପରେ ଅଭିଯୁକ୍ତ ଫେରାର୍ ।

ଲାଞ୍ଜିଗଡ଼;୧୨/୦୭(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଘଟଛେ ଗୁଟେ ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଲବରା ଗାଁର ଜନନୀ ହରିଜନ ଙ୍କର୍ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁନେ ଦୀର୍ଘ ୧୦ ବରର୍ ହେଲା ବସବାସ କରି ପୋଡୁ ଚାଷ କରି ରହି ଆସୁଥିଲେ।ହେଲେ ମୂଷିଗୁଡାଥି ନିଜର୍ ଘରେ ଜନନୀ ହରିଜନ୍ (୬୧)ଆଉ ସୁଦାମା ହରିଜନ୍(୪୦) ଦୁଇଜଣ ରାତିରେ ଶୋଇପଡ଼ିଥିବାର୍ ବେଲେ ସେଇ ଗାଁର ସଂଜୀତ ନାଏକ୍ (୨୦)ରାତିର୍ ବେଲେ ଆସି ଜନନୀ ନାଏକ୍ (୬୧)କୁ ତଟିକାଟି ହତ୍ୟା କରିଥିବାର୍ ପରିବାର୍ ଲୋକେ ଅଭିଯୋଗ ଆଣିଛନ୍।ତେବେ କେନ୍ କାରଣରୁ ଅଭିଯୁକ୍ତ ସଂଜିତ ନାଏକ ଏ ବୁଢୀକେ ତଟି କଟି ହତ୍ୟା କରିଛେ ଆଉ କେନ୍ ପ୍ରକାର ମାରଣାଅସ୍ତ୍ର ବ୍ୟବହାର କରି ହତ୍ୟା କରିଛେ ତାହା ଏ’ଯାଏଁ ସ୍ପଷ୍ଟ ଜଣାପଡ଼ି ନାଇଁ ଥିବାର୍ ବେଲେ ଘଟଣା ସ୍ଥଲରୁ ଅଭିଯୁକ୍ତ ଫେରାର ମାରିଛେ। ଅଭିଯୋଗ ପରେ ଘଟଣା ଜାଗାକେ ଭବାନୀପାଟଣା ସଦର ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଲେ ଏପଟେ ମୃତକଙ୍କର୍ ପରିବାର ଲୋକେ ନ୍ୟାୟ ସାଙ୍ଗେ ଦୋଷୀକେ ଗିରଫ କରି ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍।