ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ରେ ଛାତ୍ରୀ ଙ୍କୁ ଅସଦାଚରଣ କରି ଆସିଷ୍ଟାଣ୍ଡ ପ୍ରଫେସର ଗିରଫ ।
ବାଲେଶ୍ଵର ର ପ୍ରଭାବ ପଡ଼ଲା କେଁ ସମ୍ବଲପୁର ରେ ?

ସମ୍ବଲପୁର;୧୭/୦୭(ମୋର୍ ସମିୟା) ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ନା ରେ ଆସଲା ସାଙ୍ଘାତିକ ଅଭିଯୋଗ । ଜଣେ ଛାତ୍ରୀ କେ ଅସଦାଚରଣ ଓ ନିର୍ଯାତନା ଦେବାର ନେଇ ଗିରଫ ହେଲେ ଏଯୁକେସନ ବିଭାଗ ର ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ ଗୋପୀନାଥ ସୁନା । କିନ୍ତୁ ତାଯୁବ କରିଦେବାର କଥା ହେଲା ଘଟଣା କେ ନେଇ ଛାତ୍ରୀ ଜଣକ ବିଶ୍ଵ ବିଦ୍ୟାଳୟ ରେ ଅଭିଯୋଗ କରବାର ସାଙ୍ଗେ ଥାନା ର ଦ୍ବାରସ୍ଥ ହେବାର ପରେ ବି ୪ ମାସ ତକ କୌଣସି କାର୍ଯୟାନୁଷ୍ଠାନ ନାଇ ନିଆଜାଇଥିଲା । କିନ୍ତୁ ହୁଏ ତ ବାଲେଶ୍ଵର ଏଫଏମ କଲେଜ ର ଘଟଣା ଘଟଲା ପରେ କାର୍ଯ୍ୟାନୁଷ୍ଠାନ ନେଲେ କେଁ କର୍ତ୍ତୃପକ୍ଷ ? ଘଟଣା କେ ଚପେଇ ଦେବାର କେ ଚେଷ୍ଟା କରୁଥିଲେ କେଁ କଲେଜ୍ କର୍ତ୍ତୃପକ୍ଷ ? ଆଜି ତକ୍ ତାଙ୍କୁ ନା ନିଲମ୍ବନ କରିଥିଲେ ନା ଗିରଫ କରିଥିଲେ । ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛେ । ବାଲେଶ୍ୱର୍ ଏଫଏମ କଲେଜ ର ଘଟଣା କେ ଡରିକରି ପଦକ୍ଷେପ ନେଲେ କେଁ କଲେଜ୍ କର୍ତ୍ତୃପକ୍ଷ ? ସାମ୍ନା କେ ଆସୁଛେ ଗୁଟେ ପରେ ଗୁଟେ ବିଶ୍ଵ ବିଦ୍ୟାଳୟ ର ଘଟଣା । ଆଜିର ଦିନ ରେ ଗୁରୁଶିଷ୍ୟ ର ପରମ୍ପରା କେ କଳଙ୍କିତ କରୁଛନ ଅନେକ ଶିକ୍ଷକ । ଛାତ୍ରୀ ଙ୍କର ସାଙ୍ଗେ ଶାରୀରିକ ସଂପର୍କ ରଖି ଵିହା ହେବାର ପ୍ରତିଶୃତି ଦେଇ ଥିବାର ନେଇ ଚର୍ଚ୍ଚା ।
ହୁଏତ ଏଫଏମ ପୀଡ଼ିତା ଙ୍କର ବଳିଦାନ ରେ ଆଜି ନ୍ୟାୟ ପାଇଛନ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର ଛାତ୍ରୀ । ଘଟଣା ର ତଦନ୍ତ କରୁଛେ ପୋଲିସ ।