ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ରତାଖଣ୍ଡି ଗାଁ ଜଙ୍ଗଲ ରୁ ଯୁବତୀ ଙ୍କର ଦରପଚା ମଲା ଦେହେ ଉଦ୍ଧାର ।
୮ ତାରିଖ ରୁ ଥିଲେ ନିଖୋଜ ।

ବଲାଙ୍ଗିର;୦୧/୧୧(ମୋର୍ ସମିୟା)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ରତାଖଣ୍ଡି ଗାଁ ଜଙ୍ଗଲ ରୁ ଯୁବତୀ ଙ୍କର ଦରପଚା ମଲା ଦେହେ ଉଦ୍ଧାର । ଯୁବତୀ ହେଲେ ରତାଖଣ୍ଡି ଗାଁ ର ସୁନୀତା ଶାଣ୍ଢ। ସେ ଗଲା ୮ ତାରିଖ ନୁ ନିଖୋଜ ଥିଲେ । ଘରର ଲୋକ ନିଖୋଜ ଥିବାର ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଆର୍ ଆଜି ଗାଁ ର ଜଙ୍ଗଲ ନୁ ତାକର ମଲା ଦେହେ ଠାବ ହେଇଛେ । ପରିବାର ଲୋକ ଅନୁଛନ ହତ୍ୟା ଅଭିଯୋଗ । ଯୁବତୀ କେ କିଏ ହତ୍ୟା କରି ଫିକୀ ଦେଇଥିବାର ଅଭିଯୋଗ କରୁଛନ ପରିବାର ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୁଲ କରିଛେ ତଦନ୍ତ ।
ଗଲା ୨ ଦିନ ଆଗରୁ ଦେଓଗାଁ ଥାନା ଗୋଏଲପିଟା ଜଙ୍ଗଲ ରୁ ଜଣେ ମହିଳା ଙ୍କର ଦରପଚା ମଲା ଦେହେ ଉଦ୍ଧାର ହେଇଥିଲା । ଆର୍ ଆଜି ରତାଖଣ୍ଡି ଗାଁ ଜଙ୍ଗଲ ରୁ ଯୁବତୀ ଙ୍କର ଦରପଚା ମଲା ଦେହେ ଉଦ୍ଧାର କରାଯାଇଛେ । ଗୋଏଲପିଟା ଜଙ୍ଗଲ ରୁ ମିଲିଥିବାର ମଲା ଦେହେ ବି ରତାଖଣ୍ଡି ଗାଁ ର ଜଣେ ଯୁବତୀ ଙ୍କର ବଲି ଜଣାପଡିଥିଲା। ଗୁଟେ ଗାଁ ରୁ ୨ ଦିନ ଭିତରେ ଦୁଇଟା ମଲା ଦେହେ ଜଙ୍ଗଲ ରୁ ମିଲବାର ଟା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛେ । ଦିନୁ ଦିନକେ ଫେର ଅଶାନ୍ତ ହେବାର ରେ ଲାଗୁଛେ ବଲାଙ୍ଗିର ସହର ।




