
ବରଗଡ଼;୨୧/୧୧(ମୋର୍ ସମିୟା) ଧାନ ବିକ୍ରି ପଞ୍ଜିକରଣ ନୁ ବାଦ ପଡ଼ିଥିବାର ଚାଷୀ କେ ପଞ୍ଜୀକୃତ କରବାର ନେଇ ଗଲା ୧୦ ତାରିଖ ରୁ ବରଗଡ଼ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସମ୍ମୁଖ ରେ ୧୧ ଦିନ ବ୍ୟାପୀ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଚାଲିଥିଲା ଆନ୍ଦୋଳନ । ଚାଷୀ ମାନେ ନିଜର ହକ୍ ଲାଗି ଏତେ ଶୀତ କାକର ରେ ବସି ଦିନ ରାଏତ୍ ଆନ୍ଦୋଳନ ରେ ବସିଥିଲେ ।ଗଲା ମାଣବସା ଗୁରୁବାର ରେ ଚଷି ମାନେ ଧାରଣ ସ୍ଥଳରେ ଗୁରୁବାର ବି ପାଳନ କରିଥିଲେ । କିନ୍ତୁ ପ୍ରତିଶୃତି ଲାଗି ଦେଖା ନାଇ ଥାଇ କେନସି ନେତା କି ସରକାରୀ ବାବୁ ।ଚାଷୀ ଙ୍କର ଆନ୍ଦୋଳନ ୧୧ ଦିନ ପୁରବାର ଉତାରୁ ଗୁରୁବାର ସନ୍ଧ୍ୟା ରେ ଅତାବିରା ବିଧାୟକ ନିହାର ମହାନନ୍ଦ ଚାଷୀ ଙ୍କର ଆନ୍ଦୋଳନ ଠାନେ ପହଞ୍ଚି ଚାଷୀ ଙ୍କର ସାଙ୍ଗେ ଆଲୋଚନା କରିଥିଲେ । ଜିଲ୍ଲା ର ଭିନଭିନ୍ ଚାଷୀ ପଞ୍ଜିକରଣ ନୁ ବାଦ ପଡ଼ିଥିବାର ଚାଷୀ ଙ୍କର ତାଲିକା ଦେଖିଥିଲେ । ଆର୍ ଆଏବାର ୨୮ ତାରିଖ ସୁଦ୍ଧା ଚାଷୀ ଙ୍କର ପଞ୍ଜିକରଣ ହେଇଯିବ କହି ପ୍ରତିଶୃତି ଦେଇଛନ । ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଏ ନେଇ କରି ଆଲୋଚନା ସରିଛେ କହିଛନ ବିଧାୟକ । ତାର ପରେ ୨୮ ତାରିଖ ତକ୍ ଆନ୍ଦୋଳନ କେ ସ୍ଥଗିତ ରଖବାର କେ ନିଷ୍ପତି ନେଇଥିଲେ ଚାଷୀ ।




