ଦିଲ୍ଲୀ ଓଡ଼ିଆ ନାରୀ କଲ୍ୟାଣ ସମିତି ଦ୍ୱାରା ନୂଆଦିଲ୍ଲୀରେ ତୃତୀୟ ବାର୍ଷିକ ‘ପୁଷପୁନି ତିହାର’ ପାଳିତ ।
ଦୁଲକିଲା ଦିଲ୍ଲୀ ।

ନୂଆଦିଲ୍ଲୀ;୧୭/୦୧(ମୋର୍ ସମିୟା) ପୁଷପୁନି ଉତ୍ସବ ପ୍ରଥମ ଥର ଦିଲ୍ଲୀର ଦିଲ୍ଲୀ ଓଡ଼ିଆ ନାରୀ କଲ୍ୟାଣ ସମିତି ୨୦୨୪ ରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଏକ କାର୍ଯ୍ୟକ୍ରମର ଭିତି ହେଉଛି ତାହାର ମଞ୍ଚ ସଜାଣା; ହରିଶ ଚନ୍ଦ୍ର ନନ୍ଦ ଓ ତାଙ୍କ ଦଳ ପୁଷପୁନି ତିହାର ପାଇଁ ମଞ୍ଚକୁ ଅତ୍ୟନ୍ତ ସୌନ୍ଦର୍ୟମୟ ଭାବରେ ପ୍ରସ୍ତୁତ କରିଥିଲେ ଏବଂ ପାଣ୍ଡାରା ପାର୍କରେ ପୂର୍ବାହ୍ନ ଏଗାରଟାରେ ମାଁ ସମଲେଶ୍ବରୀଙ୍କର ପୂଜାର୍ଚନାରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା । ପ୍ରବେଶ ଦ୍ବାର ଠାରୁ ଆରମ୍ଭ କରି ଉତ୍ସବ ଯାଏ ଆକର୍ଷଣୀୟ ଭାବେ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳିଥିଲା। ପଶ୍ଚିମାଞ୍ଚଳ ରୁ ଆସି ଦିଲ୍ଲୀ ରେ ବସବାସ କରୁଥିବା ଏକଶତ ରୁ ଉର୍ଦ୍ଧ ପରିବାର ସଦସ୍ୟ, ସଦସ୍ୟା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଉତ୍ସବ ସ୍ଥଳ ର ଶୋଭା କୁ ବେଶ ଦ୍ବିଗୁଣିତ କରିଥିଲେ । ସୁସ୍ୱାଦୁ ଖାଦ୍ୟ ର ମଜା ନେବା ସହ ସେମାନେ ନାଚଗୀତକୁ ବେଶ ମନଭରି ଉପଭୋଗ କରିଥିଲେ । ଅଧିକାଂଶ ସମ୍ବଲପୁରୀ ଗୀତ ର ତାଳେ ତାଳେ ନୃତ୍ୟ କରୁଥିବା ଦେଖୁବାକୁ ମିଳିଥିଲା । ଦୂଲଫୁଲ୍ କଳା ପରିଷଦ, ଭୁତିବାହାଲ୍ ବରଗଡ଼ ଏବଂ ଜଣାଶୁଣା ଗାୟକ ଶ୍ରୀ ଆଶିଷ କୁମ୍ଭାର, ପ୍ରକାଶ କୁମ୍ଭାର, ଆରତୀ ଶର୍ମା ଓ ତାଙ୍କର ସର୍ଗମ୍ ସିତାରା ଅର୍କେଷ୍ଟ୍ରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ଶ୍ରୀ ପର୍ଭେଶ ସାହିବ ସିଂ ବର୍ମା, ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାର , ସୁଶ୍ରୀ ବାଂସୁରି ସ୍ବରାଜ ସାଂସଦ ନୂଆଦିଲ୍ଲୀ, ଶ୍ରୀମତୀ ସଂଗୀତା ଯାଦବ ସାଂସଦ ରାଜ୍ୟସଭା, ଶ୍ରୀମତୀ ପ୍ରୀୟଲ ଭରଦ୍ୱାଜ ସମ୍ପାଦକ ବିଜେପି ମହିଲା ମୋର୍ଚ୍ଚା ନୂଆଦିଲ୍ଲୀ, ଶ୍ରୀ ରଭିନ୍ଦର୍ ଚୌଧୁରୀ ବିଜେପି ଜିଲ୍ଲା ଅଧ୍ୟକ୍ଷ ନୂଆଦିଲ୍ଲୀ ଶ୍ରୀ ସୁନିଲ କୁମାର ଅଧ୍ୟକ୍ଷ ତିନ୍ ମୂର୍ତ୍ତି ମଣ୍ଡଳ ନୂଆଦିଲ୍ଲୀ , ଶ୍ରୀମତୀ ସରିତା ତୋମର, ଶ୍ରୀ ଅନିଲ ବାଲ୍ମୀକି ଏନ.ଡି.ଏମ.ସି ମେମ୍ୱର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଉତ୍ସବ ମଞ୍ଚକୁ ଭକ୍ତ ପ୍ରସାଦ ସୁନା, ଅଙ୍କିତ ସୁନା, ସନ୍ତୋଷୀ ନନ୍ଦ, ଆଶିତା ସୁନା ପରିଚାଳନା କରିଥିବା ବେଳେ ସଭାପତି ଲିଲି ନାଗ, ଉପ ସଭାପତି ବୃନ୍ଦାବତୀ ନାଗ, ସମ୍ପାଦକ ଅଞ୍ଜଳି ନନ୍ଦ, ସହ ସମ୍ପାଦକ ପୂଜା ସୁନା, କୋଷାଧ୍ୟକ୍ଷ ସଂଗୀତା ସୁନା ସହିତ ସଂଘର ସମସ୍ତ ସଦସ୍ୟା ପରିଚାଳନା କରିଥିଲେ।




