ତାଜା ଖବର
ସମ୍ବଲପୁରୀ ଦିନ ରେ ସମ୍ବଲପୁରୀ ଭାଷା କେ ରାଜ୍ୟ ର ଦ୍ୱିତୀୟ ଭାଷା ମାନ୍ୟତା ଦାବି ଲାଗି ଆମରଣ ଅନଶନ।
ଫେର୍ ତେଜୁଛେ ଆନ୍ଦୋଳନ ।

ବରଗଡ଼;୦୧/୦୮(ମୋର୍ ସମିୟା) ଆଏଜ୍ ହେଉଛେ ସମ୍ବଲପୁରୀ ଦିନ । ସମ୍ବଲପୁରୀ ଦିନ ଉଧେଁ ଚାରି ଆଡ଼େ ଉତ୍ସବ୍ ପାଲନ୍ ହେଉଥିବାର ବେଲକେ,ବରଗଡ଼ ଗାନ୍ଧୀ ଛକ୍ ରେ ଦେଖବାର କେ ମିଲିଛେ ଅଜବ ଦୃଶ୍ୟ । ସମ୍ବଲପୁରୀ ଦିନ ରେ ସମ୍ବଲପୁରୀ ଭାଷା କେ ରାଜ୍ୟ ର ଦ୍ୱିତୀୟ ଭାଷା ମାନ୍ୟତା ଦାବି କରି ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦ ରେ ସାମିଲ ଲାଗି କୋଶଲ୍ ସଂଗ୍ରାମି ସୁଶାନ୍ତ ମିଶ୍ର ଙ୍କର ଆମରଣ ଅନଶନ। ଦାବି ପୂରଣ ଲାଗି ଲିଖିତ ପ୍ରତିଶୃତି ନାଇ ମିଲା ତକ୍ ଅନଶନ ରୁ ନାଇ ଉଠେ ବଲି କହିଛନ୍ କୋଶଲ୍ ସଂଗ୍ରାମି ସୁଶାନ୍ତ। ଆନ୍ଦୋଲନ କେ ସମର୍ଥନ କରୁଛନ୍ ଜୁଆନ୍ ପିଲା । ସେନ ଉପସ୍ଥିତ ରହି ଆନ୍ଦୋଲନ କେ କରୁଛନ୍ ସମର୍ଥନ। ଇ ଭାଷା ଆନ୍ଦୋଳନ ଆଜି ର ନାଇ ସେ ବଛର୍ ବଛର୍ ଧରି ଇ ଭାଷା କେ ସମ୍ବିଧାନ ର ଅଷ୍ଟମ ଅନୁଚ୍ଛେଦ ରେ ସାମିଲ୍ ଲାଗି ହେଇ ଆସୁଛେ ଦାବି । ଫେର୍ ଥରେ ତେଜୁଛେ ଭାଷା ଆନ୍ଦୋଲନ୍।



