
ବଲାଙ୍ଗିର;୨୨/୧୦ (ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ରେ ଉତ୍ତେଜନା। ଚିକିତ୍ସା ଅଭେଲା ନୁ ସ୍ତ୍ରୀ ଆର୍ ଜନମ ଛୁଆ ର ମୃତ୍ୟୁ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । କଣ୍ଟାବାଞ୍ଜି ଆଶ୍ରମପଡ଼ା ର ଅନିଲ ବେହେରା ଙ୍କର ସ୍ତ୍ରୀ ଙ୍କର ପ୍ରସବ ଲାଗି କଣ୍ଟାବାଞ୍ଜି ରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେ ଅନା ଯାଇଥିଲା । ସୋମବାର ଅସ୍ତ୍ରୋପଚାର ପରେ ତାଙ୍କର ଗୁଟେ ମଲା ଛୁଆ ଜନମ ହେଇଥିଲା । ଆର୍ ଗୁରୁବାର ମଞ୍ଜୁଲତା ଙ୍କର ବି ମୃତ୍ୟୁ ହେଇଥିଲା । ମୃତ ସ୍ତ୍ରୀ ଙ୍କୁ ସ୍ୱାମୀ ଦେଖି ଯିବାର ବେଲକେ ଡାକ୍ତରଖାନା ସିକ୍ୟୁରିଟି ଗାଡ଼ ମାଡ଼ ମାରିଥିବାର ଅଭିଯୋଗ । ଇ ଘଟଣା ପରେ ଡାକ୍ତରଖାନା ରେ ଉତ୍ତେଜନା ଦେଖବାର କେ ମିଲିଥିଲା । ଉତ୍ତେଜନା ର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକ କେ ବୁଝାସୁଝା କରିଥିଲେ ।




