
ବଲାଙ୍ଗିର;୧୯/୧୧(ମୋର୍ ସମିୟା) ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଆକଭାନ’ ଲାଗି ଜନସାଧାରଣଙ୍କ ସୁରକ୍ଷା ଲାଗି ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛେ। ଆଏବାର ନଭେମ୍ବର ୨୦ ଆର୍ ୨୧ ତାରିଖ ଦୁଇ ଦିନ ଲାଗି ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପରିସର, ଏହାର ଆଖପାଖ ଅଞ୍ଚଳ, ଜଳପ୍ରପାତ ଆର୍ ଗନ୍ଧମାର୍ଦ୍ଦନ ପାହାଡ଼ର ଟ୍ରେକିଂ ରାସ୍ତାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛେ। ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର ମେହେରଙ୍କ ଦ୍ୱାରା ୧୯ ନଭେମ୍ବର ୨୦୨୬ରେ ଜାରି ଆଦେଶ ନମ୍ବର ୫୯୯୭ ଅନୁଯାୟୀ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୬୩ ଅନୁସାରେ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ବଲାଙ୍ଗୀର ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର (DEOC)ର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦ ଓ ୨୧ ତାରିଖରେ ଭୀଷଣ ବର୍ଷା, ଜୋର୍ ବେଗରେ ପବନ, ଭୂସ୍ଖଳନର ଆଶଙ୍କା ରହିଛେ। ହରିଶଙ୍କର ଜଳପ୍ରପାତ ଆର୍ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ଜଳସ୍ତର ହଠାତ୍ ବୃଦ୍ଧି, ପଥର ଖସରିବାର ସାଙ୍ଗେ ଗଛ ପଡ଼ବାର ବି ଆଶଙ୍କା ଥିବାର ନୁ ପଦକ୍ଷେପ ନିଆଯାଇଛି।
ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ହରିଶଙ୍କର ମନ୍ଦିର ପରିସର, ଜଳପ୍ରପାତ ଆର୍ ଜଳାଶୟ ଅଞ୍ଚଳ କେ ପର୍ଯ୍ୟଟକ, ଶ୍ରଦ୍ଧାଳୁ, ପିକନିକ୍ କରିବର ଲାଗି ଆସୁଥିବାର ଲୋକ ଆର୍ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଲାଗିଛେ। ଜଳପ୍ରପାତ ରେ ଗାଧବାର, ପାଏନ ରେ ପଶବାର ଲାଗି ବାରଣ କରାଯାଇଛେ। ହରିଶଙ୍କର ଆଡୁ ଗନ୍ଧମାର୍ଦ୍ଦନ ପାହାଡ଼ କେ ଚଢ଼ବାର, ଟ୍ରେକିଂ କରିବାର, ପାହାଡ଼ିଆ ରାସ୍ତା କେ ଯିବାର ଲାଗିବି ବାରଣ କରାଯାଇଛେ। ତେବେ ମାଜିଷ୍ଟ୍ରେଟ୍, ପୋଲିସ କର୍ମଚାରୀ, ବନ ବିଭାଗ, ଅଗ୍ନିଶମ ସେବା, ଓଡ୍ରାଫ୍/ଏନ୍ଡିଆର୍ଏଫ୍ ଟିମ୍, ଚିକିତ୍ସା ଜରୁରୀକାଳୀନ କର୍ମଚାରୀ, ମନ୍ଦିର ଟ୍ରଷ୍ଟର କର୍ମଚାରୀ, ନିୟମିତ ନୀତିକାନ୍ତି ସାଙ୍ଗେ ଜଡ଼ିତ ବ୍ୟକ୍ତି ଆର୍ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଥିବାର ସରକାରୀ କର୍ମଚାରୀଙ୍କୁ ଇ କଟକଣାରୁ ବାଦ୍ ଦିଆଯାଇଛେ। ଇ ନିର୍ଦ୍ଦେଶ ଉଲ୍ଲଂଘନ କଲେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୨୨୩ ସହିତ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ସମ୍ପୃକ୍ତ ଧାରା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆର୍ ଦଣ୍ଡବିଧାନ କରାଯିବା ବଲି ଆଦେଶରେ ସ୍ପଷ୍ଟ କରାଯାଇଛେ। ଇ ନିର୍ଦ୍ଦେଶର କଡ଼ାକଡ଼ି ଅନୁପାଳନ ଲାଗି ଖପ୍ରାଖୋଲ ଥାନା ଆଇଆଇସି, ବିଡିଓ, ତହସିଲଦାର, ଏସ୍ଡିପିଓ, ବନ ବିଭାଗ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାର ସାଙ୍ଗେ ବ୍ୟାପକ ପ୍ରଚାରପ୍ରସାର କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ।ବାତ୍ୟା ସମ୍ଭାବ୍ୟ ବିପଦକେ ଏଡ଼ାଇବା ଆର୍ ଧନଜୀବନ ସୁରକ୍ଷା କେ ପ୍ରାଥମିକତା ଦେଇ ପ୍ରଶାସନ ଇ କଟକଣା କରିଥିବାର ଦୁଇ ଦିନ ହରିଶଙ୍କର ଯାତ୍ରା ଆର୍ ଗନ୍ଧମାର୍ଦ୍ଦନ ପାହାଡ଼ ନୁ ଦୂର ରହିବାର କେ ସାଧାରଣ ଲୋକ କେ ଅନୁରୋଧ କରାଯାଇଛେ।



