ଜୀବନଚର୍ଯ୍ୟାତାଜା ଖବର
ମେଟ୍ରିକ୍ ପରୀକ୍ଷା ରେ ଓଡ଼ିଶା ଟପ୍ପର ହେଇଥିବାର ଆମର କୋଶଳ ମାଟି ଝି ବବିତା ରଥ କେ ସମ୍ବର୍ଦ୍ଧନା ଦେଲେ ବରଗଡ଼ ଜିଲ୍ଲାପାଳ।
କୋଷଲାଞ୍ଚଲ୍ ଲାଗି ଆନଲେ ଗର୍ବ ଓ ଗୌରବ ।

ବରଗଡ଼;୦୫/୦୫(ମୋର୍ ସମିୟା) ଆମର କୋଶଳ ମାଟି ର ଝୀ ବବିତା ରଥ ମେଟ୍ରିକ୍ ପରୀକ୍ଷା ରେ ଓଡିଶା ଟପ୍ପର ହେଇଥିବାର୍ ଖବର ଆସବାର ପରେ ଚାରି ଆଡୁ ଆସୁଛେ ତାହାକୁ ପ୍ରଶଂସା ର ସୁଅ । ବରଗଡ଼ ଜିଲ୍ଲା ସାଙ୍ଗେ ସାରା କୋଷଲାଞ୍ଚଲ୍ ଲାଗି ଆନଲେ ଗର୍ବ ଓ ଗୌରବ । ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ର ଛାତ୍ରୀ ବବିତା ରଥ ୬୦୦ ରୁ ୫୮୪ ନମ୍ୱର୍ ରଖିଥିଲେ । ବବିତା ଙ୍କର ସଫଳତା କେ ଦେଖି କରି ସ୍କୁଲ୍ ର ଗୁରୁଜୀ, ଗୁରୁମା, ମା,ବାପା ସହପାଠୀ ସମସ୍ତଙ୍କର ମନ ରେ ଖୁସି ର ଲହର ।
ଗଲା କାଲି ବରଗଡ଼ ଜିଲ୍ଲାପାଲ ଆଦିତ୍ୟ ଗୋୟେଲ ବବିତା ଓ ତାଙ୍କର ବାପା କେ ଫୁଲତାଡା ଦେଇକରି ସମ୍ବର୍ଦ୍ଧନା କରିଛନ । ଜିଲ୍ଲାପାଳ ତାଙ୍କୁ ଆଗକେ ବି ଭଲ ପାଠ ପଢ଼ିକରି ଲକ୍ଷ ପୂରଣ କର ବଲି ଉପଦେଶ ଦେଇଛନ୍ । ଇ କାର୍ଯକ୍ରମ ରେ ଡିଇଓ ବିଶ୍ଵନାଥ ସାହୁ ଏଡିଇଓ ସରୋଜ ଭୁଏ ଆଦି ଉପସ୍ଥିତ ରହି ବବିତା ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଭବିଷ୍ୟତ ରେ ଡାକ୍ତର ହେଇ ସମାଜ ସେବା ର ଲକ୍ଷ ରଖିଛନ ବବିତା ।