
ବରଗଡ଼;୧୦/୦୩ (ମୋର୍ ସମିୟା) ବରଗଡ଼ ସହର ରେ ଫେର ଗୁଟେ ହତ୍ୟାକାଣ୍ଡ । ବରଗଡ଼ ସରକାରୀ ବସ୍ ଷ୍ଟାଣ୍ଡ ଶୌଚାଳୟ ସାମ୍ନା ରେ ଜଣେ ବ୍ୟକ୍ତି କେ ଛୁରା ମାଡ଼ କରା ଯାଇଛେ । ପୂର୍ବ ଶତ୍ରୁତା କେ ନେଇ ହତ୍ୟାକାଣ୍ଡ ଘଟିଥିବାର ଜଣା ପଡୁଛେ । ହତ୍ୟା ପରେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିବାର୍ ସୂଚନା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମଲା ଦେହେ କେ ଜବତ୍ କରି ଘଟଣା ର ତଦନ୍ତ ମୁଲ କରିଛେ । ସରକାରୀ ବସ୍ ଷ୍ଟାଣ୍ଡ ଭଲିଆ ଗହଲି ଜାଗା ରେ ଜଣେ କେ ହତ୍ୟା କରବାର ଘଟଣା ସାରା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହେବାର ସାଙ୍ଗେ ଲୋକଙ୍କର ମନ୍ ରେ ଭୟ ର ବାତାବରଣ ଦେଖବାର କେ ମିଲିଛେ । ବରଗଡ଼ ସହର ରେ ଦିନୁ ଦିନକେ କେ ବଢ଼ି ଚାଲିଛେ ଅପରାଧିକ କାର୍ଯ୍ୟକଳାପ।




