
ବରଗଡ଼;୦୬/୧୦ (ମୋର୍ ସମିୟା) ଦୁର୍ଗା ପୂଜା ଆଗରୁ ନିଶା କାରବାର କେ ରୋକ୍ ଲଗାବାର ଲାଗି ବରଗଡ଼ ପୋଲିସ ର ଆକ୍ସନ। ଭିନଭିନ୍ ଜାଗା ରେ ଚେକିଙ୍ଗ ସାଙ୍ଗେ ପାଟ୍ରୋଲିଂ। ଆର୍ ଗଲା କାଲି ତୋରା ନାଗେନପାଲି ରାସ୍ତା ନୁ ଗୁଟେ ପିକଅପ ନୁ ୩୧୫୬ ବୁତଲ କଫ ସିରଫ ଜବତ୍ ସାଙ୍ଗେ ଜଣେ କେ ଗିରଫ୍ କରିଛେ ଗ୍ରାମାଞ୍ଚଳ ଥାନା ପୋଲିସ । ଭୁବନେଶ୍ବର ନୁ ବରଗଡ଼ ଚାଲାଣ ବେଲେ ବାଟେ ଜବତ୍ କଲା ପୋଲିସ । ଗିରଫ୍ ବ୍ୟକ୍ତି ହେଲେ ସାହିଦ ହୁସେନ ଖାନ । ତାଙ୍କର ନୁ ଗୁଟେ ମୋବାଇଲ ବି ଜବତ୍ । ତାଙ୍କର ବିରୁଦ୍ଧ ରେ ଆଗରୁ ବି ମାମଲା ଥିବାର ନେଇ ସୂଚନା। ଅଧିକା ତଦନ୍ତ ମୁଲ କରିଛେ ପୋଲିସ ।



