
ବରଗଡ଼;୦୫/୧୦ (ମୋର୍ ସମିୟା) ବରଗଡ଼ – ସମ୍ବଲପୁର ୫୩ ନମ୍ୱର୍ ଜାତୀୟ ରାଜପଥ ଅତାବିରା ହସ୍ପିଟାଲ ଛକ୍ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ବୋଲେରୋ ଧକ୍କା ରେ ଜଣେ ଙ୍କର ଜୀବନ ଯାଇଥିବାର ବେଲକେ ଆଉ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି । ମୃତକ ହେଲେ ଅଙ୍ଗନୱାଡି କର୍ମୀ ଦେବୀ ପ୍ରସାଦ ପଣ୍ଡା ଆର୍ ଗୁରୁତର ହେଲେ ଆରିଅନ କାଲସା ।ସ୍ଥାନୀୟ ଅତାବିରା ଆଇଡିଏଫସି ବ୍ୟାଙ୍କ କେ ଯାଉଥିଲେ । ସ୍କୁଟି ( ଓଡ଼ି ୧୫ ଏବି ୦୫୩୩) ରାସ୍ତା କ୍ରସ କରବାର ସମିୟା ରେ ଧକ୍କା ଦେଇଥିଲା ବୋଲେରୋ । ଘଟଣା ର ପୁରା ଦୃଶ୍ୟ ସିସିଟିଭି ରେ କ୍ୟାମେରା ରେ କଏଦ ହେଇଛେ । ଦୁର୍ଘଟଣା ପରେ ଖବର ପାଇ ମୃତକ ଙ୍କର ଭାଇ ନାରାୟଣ ପଣ୍ଡା ଅତାବିରା ଥାନା ରେ ଲିଖିତ ଅଭିଯୋଗ କରିଛନ। ଅଭିଯୋଗ ପରେ ଅତାବିରା ପୋଲିସ କେଶ ନମ୍ୱର୍ ୪୨୨/୨୬ ରେ ମାମଲା ରୁଜୁ କରିଛେ। ପୋଲିସ ର ତଦନ୍ତ ଆରମ୍ଭ ।



