ଅପରାଧରାଜନୀତି

ବିଜେପୁର ମଣ୍ଡଳ ସଭାପତି ଙ୍କର ଦାଦାଗିରି ଅଭିଯୋଗ,ବନ୍ଧୁକ ଦେଖେଇ ମାଗୁଛନ ଦାଦାବଟି ।

ବରଗଡ଼;୦୫/୧୦ (ମୋର୍ ସମିୟା) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡା ଗାଁ ରେ ବନ୍ଧୁକ ଦେଖେଇ ଦାଦାବଟି ମାଗୁଥିବାର୍ ଅଭିଯୋଗ । ବିଜେପୁର ମଣ୍ଡଳ ସଭାପତି ଙ୍କର ନା ରେ ଆନଲେ ସାଂଘାତିକ ଅଭିଯୋଗ। ଘର ଘର ଜଳ ସରକାରୀ କାମ ରେ ନିୟୋଜିତ ରାଜେଶ ଦଣ୍ଡସେନା ଙ୍କୁ ବନ୍ଧୁକ ଦେଖେଇ ଟଙ୍କା ମାଗବାର ସାଙ୍ଗେ ଖାଲି କାଗଜ ରେ ଦସ୍ତଖତ କରବାର ଲାଗି ମାରପିଟ କରିଥିବାର ଅଭିଯୋଗ କରିଛନ୍ । ଘଟଣା ପରେ ବିଜେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ ରାଜେଶ କିନ୍ତୁ ପୋଲିସ ଘଟଣା କେ ଗୁରୁତର ସାଙ୍ଗେ ନାଇ ନେବାର ଅଭିଯୋଗ କରିଛନ ।

ଘଟଣା କେ ନେଇ ଆଜି ଏସପି ଙ୍କର ଦ୍ୱାରସ୍ତ ହେଇଛନ୍ ବିଜେପୁର ର ପୂର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ରୀତା ସାହୁ। ବିଜେପୁର ଅଞ୍ଚଳ ରେ ଗୁଳି କାଣ୍ଡ ଘଟଣା ହେଉ କି ଦାଦାବଟି ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପରେ ବି ପୋଲିସ ର ହାତ ଖାଲି ଥିବାର ଅଭିଯୋଗ ରେ ଏସପି ଙ୍କର ଦ୍ୱାରସ୍ତ। ଘଟଣା ର ତଦନ୍ତ କରି ଦୋଷୀ କେ ଦଣ୍ଡ ଦେବାର କେ ଦାବି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!