
ଭୁବନେଶ୍ଵର;୦୫/୧୦ (ମୋର୍ ସମିୟା) ଚଳଚଞ୍ଚଳ ହେବା କଲେଜ କେମ୍ପସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କର ସାଙ୍ଗେ ଆଲୋଚନା ପରେ ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସ୍ୱର୍ଯ୍ୟବଂଶୀ ସୂରଜ। ଅକ୍ଟୋବର ୧୫ ରେ ଛାତ୍ର ସଂସଦ ନିର୍ବାଚନ ନେଇ ଘୋଷଣା ହେଲା ତାରିଖ। ୭ ରେ ବିଜ୍ଞପ୍ତି ପ୍ରକାଶ। ୯ ରେ ୧୦ ଟା ରୁ ୧ ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ସେଦିନ ୨ ରୁ ୪ ବଜେ ତକ୍ ନାମାଙ୍କନ ଯାଞ୍ଚ ପରେ ସଂନ୍ଧ୍ୟା ୫ ପରେ ନା ଘୋଷଣା। ୧୪ ରେ ପ୍ରାର୍ଥୀ ମାନେ କେନ୍ ଥିର ଲାଗି ଠିଆ ହେଇଛନ (Why I stand for) ବୈଠକ ଅନୁଷ୍ଠିତ ହେବା । ୧୫ ରେ ସକାଳ ୮ ରୁ ୨ ବଯେ ତକ୍ ମତଦାନ ଚାଲବା। ୧୬ ରେ ଶପଥ ଗ୍ରହଣ ସମାରୋହ।
ଶେଷ ଥର୍ ଲାଗି ୨୦୧୭ ରେ କ୍ୟାମ୍ପସ ନିର୍ବାଚନ ହେଇଥିଲା । କିନ୍ତୁ କ୍ୟାମ୍ପସ ରେ ହିଂସା ଲାଗି ବନ୍ଦ୍ ରଖା ଯାଇଥିଲା । ପରେ ୨୦୧୮ ରେ ବାତ୍ୟା ତିତିଲି ଆର୍ ପରେ କରୋନା ଲାଗି ସ୍ଥଗିତ ଥିଲା । ବହୁତ୍ ସମିୟା ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାର ଲାଗି ଉସତ୍ ରେ ଛାତ୍ର ଛାତ୍ରୀ। କିନ୍ତୁ କ୍ୟାମ୍ପସ କେ ଶାନ୍ତି ଶୃଙ୍ଖଳା ରକ୍ଷା ଆର୍ ହିଂସା ମୁକ୍ତ କରବାର ବଡ଼ ଚ୍ୟାଲେଞ୍ଜ । ଓଡ଼ିଶା ରେ ବିଜେପି ସରକାର ଆସବାର ପରେ ଛାତ୍ର ନିର୍ବାଚନ ଲାଗି ହେଉଥିଲା ଦାବି । ଏବେ ସରକାର ଆସବାର ଅଢେଇ ବଛର ପରେ ସରକାର କରବେ ଛାତ୍ର ନିର୍ବାଚନ। ଏବେ ତାରିଖ ଘୋଷଣା ପରେ ସରଗରମ ଛାତ୍ର ନେତା । ଦଳ ର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରବାର ଲାଗି ଛାତ୍ର ନେତା ଙ୍କର କସରତ।



