
କଳାହାଣ୍ଡି;୩୦/୦୯ (ମୋର୍ ସମିୟା) ପୂର୍ବରୁ ଆମ ଓଡିଶା ନବୀନ ଓଡିଶା ନାଁରେ ଗାଁ ଗାଁରେ କମ୍ୟୁନିଟି ହଲ ନିର୍ମାଣ ହୋଇଛି ! କିନ୍ତୁ ଦୁର୍ଭାଗ୍ୟ ଜନକ ଭୋଇରମୁଣ୍ଡା ଗାଁରେ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ କମ୍ୟୁନିଟି ହଲ ଟିଏ ନିର୍ମାଣ ହୋଇ ପାରି ନାହିଁ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ରେଗଡ଼ା ପଞ୍ଚାୟତ ଭୋଇରମୁଣ୍ଡା ଗଜାନନ ଯୁବକ ସଙ୍ଘର ସଦସ୍ୟ ମାନଙ୍କ ଦ୍ଵାରା କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ସଙ୍ଘର ସମ୍ପାଦକ ଅଶୋକ ସାହୁ, ଉପ ସଭାପତି ସିମାଞ୍ଚଳ ସାହୁ, ଖୁସିରାମ ସାହୁ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତି ରେ ମଙ୍ଗଳବାର ଦିନ ” ଅଙ୍ଗଳ ମିଳନ ” ସେବା କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଆସିଥିବା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସେଠ୍ ଙ୍କୁ ରେଗଡା ଠାରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ କଲା ପରେ ସାଂସଦ ପାଣ୍ଠି ରୁ ଅନୁଦାନ ପ୍ରଦାନ କରି କମ୍ୟୁନିଟୀ ହଲ୍ ନିର୍ମାଣ ମାନ୍ୟବର ସାଂସଦ ସହାୟକ ହେବେ ବୋଲି ଆଶା କରିଛନ୍ତି ସଂଘର ସଦସ୍ୟ ବୃନ୍ଦ । ହେଲେ ଯାହା ୭୮ ବର୍ଷ ହେଲା ହୋଇ ପାରି ନାହିଁ ତାହା ହେବ କି ଗଜାନନ ଯୁବକ ସଂଘ ର ଦାବି କୁ ପୂରଣ କରିବେ କି ସାଂସଦ ସୁଜିତ୍ କୁମାର ସେଠ୍ ତାହା ଦେଖିବାକୁ ବାକି ରହିଲା ।




