
ବରଗଡ଼;୦୯/୦୩ (ମୋର୍ ସମିୟା) ବରଗଡ଼ ରେ ଦିନୁ ଦିନକେ ବଢ଼ି ଚାଲିଛେ ଅପରାଧ । ଦିନର ଦୁଇପହରେ ହନାକଟା ମାରପିଟ୍ । ଆର୍ ଏବେ ବରଗଡ଼ ପୋଲିସ ପ୍ରଶାସନ ଆସିଛେ ଆକ୍ସନ ମୁଡ଼ ରେ । ବରଗଡ଼ ସହର ରେ ବିଗିଡ଼ି ଯାଇଥିବାର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ, ବେଆଇନ ନିଶା କାରବାର ଉପରେ ରୋକ୍ ଲଗାବାର କେ ଅଣ୍ଟା ଭିଡିଛନ୍ ବରଗଡ଼ ପୋଲିସ । ସହର ଭିତରେ ସମ୍ବେଦନଶୀଳ ଅଞ୍ଚଳ ରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି କରାଯାଇଛେ । ସହର ଭିତରେ ଗଲିକନ୍ଦି ରେ ବେଆଇନ ଭାବେ ଚାଲିଥିବାର ନିଶା କାରବାର ଉପରେ ଚଢ଼ାଉ ସାଙ୍ଗେ ଗିରଫ କରି କୋର୍ଟ ଚାଲାଣ କରା ଯାଉଛେ । ଆଗକେ ଜୋରଦାର ହେବା ଆସ୍କନ ସହର କେ ଅପରାଧ ମୁକ୍ତ କରବାର ଆମର ମୂଳ ଲକ୍ଷ୍ୟ କହିଛେ ପୋଲିସ ।




