ଜୀବନଚର୍ଯ୍ୟାତାଜା ଖବର
କାଲି ପଡ଼ବା ସୁଭଦ୍ରା ଯୋଜନା ର ଚତୁର୍ଥ କିସ୍ତି ଟଙ୍କା ।
ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ବଲାଙ୍ଗିର;୦୭/୦୩(ମୋର୍ ସମିୟା) ଆଏବାର କାଲି ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ରବିବାର ଦିନ ସୁଭଦ୍ରା ଯୋଜନା ର ଚତୁର୍ଥ କିସ୍ତି ଟଙ୍କା ପଡ଼ବାର ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨ ଲକ୍ଷ୍ୟ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ । ସେ ଭିତରୁ ୧ କୋଟି ୨ ଲକ୍ଷ୍ୟ ୧୨ ହଜାର ୬୬୫ ଜଣ ହିତାଧିକାରୀ ଙ୍କୁ ମିଲବା ସୁଭଦ୍ରା ଟଙ୍କା । ୫ ହଜାର କୋଟି ରୁ ଅଧିକା ଟଙ୍କା ଯିବା ସୁଭଦ୍ରା ହିତାଧିକାରୀ ଙ୍କର ବ୍ୟାଙ୍କ ଆକାଉଣ୍ଟ କେ । ୨ ଲକ୍ଷ୍ୟ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ଆଏବାର କାଲି ପୁରୀ ର ତାଳବଣିଆ ରେ ବିଶାଳ କାର୍ଯକ୍ରମ ଆୟୋଜନ କରି ମୁଖ୍ୟମନ୍ତ୍ରୀ ଙ୍କର ଉପସ୍ଥିତି ରେ ବଣ୍ଟାଯିବା ସୁଭଦ୍ରା ଟଙ୍କା। ଜେନ୍ ମାନକେ ୨୧ ବର୍ଷ ହେଇଥିବା ସେମାନେ ଇ ଯୋଜନା ରେ ଯୁଡ଼ି ହେଇ ପାରବେ । ଆର୍ ଜେନ୍ ମାନକେ ୬୦ ରୁ ଅଧିକ ହେଲେ ପେନସନ୍ ଲିଷ୍ଟ କେ ଯିବେ ବଲି ସୂଚନା ଦେଇଛନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।




