ତାଜା ଖବର
ବଲାଙ୍ଗିର ଗସ୍ତ ରେ ଆସିଥିଲେ ମୁଖ୍ୟମନ୍ତ୍ରୀ, ଭେଟିକରି ଆଲୋଚନା ସାଙ୍ଗେ ଦାବିପତ୍ର ଦେଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।
ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଆଲୋଚନା ।

ବଲାଙ୍ଗିର;୨୫/୦୪(ମୋର୍ ସମିୟା) ଗଲାକାଲି ଦିନିକିଆ ବଲାଙ୍ଗିର ଗସ୍ତ ରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗଲା କାଲି ବଲାଙ୍ଗିର ସର୍କିଟ ହାଉସ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଥିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଭିନଭିନ୍ ଆଲୋଚନା ସାଙ୍ଗେ ଦାବିପତ୍ର ଦେଇଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି, ଲୋୟର ସୁକତେଲ ବିସ୍ଥାପିତ ଙ୍କର ସମସ୍ୟା ର ସମାଧାନ,ବଲାଙ୍ଗିର ସହରରେ ପାନୀୟ ଜଳ ର ସମସ୍ୟା, ଦେଓଗାଁ ଚିନିକଳ, ଲକ୍ଷ୍ମିଜୋର୍ ର ଉନ୍ନତି କରଣ ଭିନଭିନ୍ ଜାଗା ରେ ବ୍ରିଜ ଆର୍ ବ୍ୟାରେଜ ନିର୍ମାଣ ଏନ୍ତା ଭିନଭିନ୍ ସମସ୍ୟା କେ ନେଇ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।



