ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କର ଆନ୍ଦୋଳନ ହେଲା ସଫଳ ।
ଖରା ରେ ପରୀକ୍ଷା ଲାଗି ଦେଖା ଯାଇଥିଲା ଛାତ୍ର ଅସନ୍ତୋଷ ।

ବଲାଙ୍ଗିର;୨୧/୦୪(ମୋର୍ ସମିୟା) ସାରା ପଶ୍ଚିମ ଓଡ଼ିଶା ରେ ୪୦° ଉପରେ ରହିଛେ ଗରମ । ଆର୍ ଇ ଅସହ୍ୟ ଗରମ ରେ ଛାତ୍ର ଛାତ୍ରୀ ଙ୍କର ମୁଡ଼ ଉପରେ ବାଧକ ସାଜିଥିଲା ପରୀକ୍ଷା । ୟୁଜି ୪ ସେମିଷ୍ଟାର ପରୀକ୍ଷା ବାତିଲ ଦାବି ରେ ଗଲାକାଲି ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳ ର ସଭାପତି ସୁମନ କୁମାର ନନ୍ଦ ଙ୍କର ନେତୃତ୍ୱ ରେ ଆନ୍ଦୋଳନ ରେ ବସିଥିଲେ ଛାତ୍ର ଛାତ୍ରୀ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ଭିସି ଙ୍କର ଚାମ୍ବର ସାମ୍ନା ରେ ନିଆରା ଢ଼ଙ୍ଗ ରେ ଦେଖବାର କେ ମିଳିଥିଲା ପ୍ରତିବାଦ। ଭିସି ଙ୍କର ଚାମ୍ବର ସାମ୍ନା ରେ ଗ୍ୟାସ୍ ଜାଲି ମେଗି ରାନ୍ଧି,ତରଭୁଜ, ଭୁଜା ଖାଇ, ଓଆରଏସ ପି ନିଆରା ଢ଼ଙ୍ଗ ରେ ପ୍ରତିବାଦ କରିଥିଲେ ଛାତ୍ର ଛାତ୍ରୀ। ଅନେକ ଦୁର ଦୁରାନ୍ତ ରୁ ଛାତ୍ର ଛାତ୍ରୀ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେ ପଢ଼ି ଆସୁଛନ । ଏତେ ଖରା ରେ ଯଦି ଜଣେ ପରୀକ୍ଷା ଦେଇ ଆସବା ଯଦି ସେ ଅଂଶୁଘାତ ର ଶିକାର ହୁଏ ସେଥିର ଲାଗି କିଏ ଦାୟୀ ହେବା ବଲି ପ୍ରଶ୍ନ କରିଥିଲେ ଛାତ୍ର ଛାତ୍ରୀ। ହଷ୍ଟେଲ ରେ ଗରମ ହେବାର ସାଙ୍ଗେ ପାଣି ର ସମସ୍ୟା ଥିବାର ନେଇ ପାଠ ପଢ଼ା ରେ ବାଧା ସାଜୁଥିବାର ନେଇ କହିଥିଲେ ଛାତ୍ର ଛାତ୍ରୀ। ପଛେ ଭାରପ୍ରାପ୍ତ କୁଳପତି ଡଃ. ରାଜକିଶୋର ପାତ୍ର ପହଞ୍ଚି ଛାତ୍ର ଛାତ୍ରୀ ଙ୍କର ସାଙ୍ଗେ ଆଲୋଚନା କରି ପରୀକ୍ଷା ସମୟ ରେ ପରିବର୍ତନ ଲାଗି ପ୍ରତିଶୃତି ଦେଇଥିଲେ ।
ଆର୍ ଗଲାକାଲି ଛାତ୍ର ଛାତ୍ରୀ ଙ୍କର ଦୀର୍ଘ ସମୟ ର ପ୍ରତିବାଦ ପରେ ଆଜି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ଛାତ୍ରୀ ଙ୍କର ସୁରକ୍ଷା ଦୃଷ୍ଟି ରୁ ପରୀକ୍ଷା କେ ବାତିଲ କରବାର ସାଙ୍ଗେ ଗ୍ରୀଷ୍ମ ପ୍ରବାହ ପରେ ପରୀକ୍ଷା ହେବାର ନେଇ ସୂଚନା ଦେଇଛନ । ତାର ସାଙ୍ଗେ ଗ୍ରୀଷ୍ମ ପ୍ରବାହ କେ ଦୃଷ୍ଟି ରେ ରଖି ଅନଲାଇନ୍ ପାଠପଢ଼ା ର ବ୍ୟବସ୍ଥା କରିଛନ କଲେଜ୍ କତୃପକ୍ଷ।




