ଅସହାୟ ମହିଳା କେ ଅନ୍ତଦୟ ଯୋଜନା କେଭେ ମିଳିବା ଟାକିଛନ୍ ଗୋଲାପୀ ।
ହଇରାଣ ହେଉଛନ ଅସହାୟ ବୁଢ଼ୀ ମା ।

କଳାହାଣ୍ଡି;୨୧/୦୪(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ କଣ୍ଡରେଇ ଗାଁର ଗୋଲାପୀ ସାହୁ (୭୦) ବିଧବା ମହିଳା ବଲି କିଏ ନାଇଁ ଥିବାର ରୁ ଅସହାୟ ହେଉଥିବାର୍ ଲାଗି ରୋଜଗାର୍ କର ବାର କଷ୍ଟ୍ ହେଉଛେ । ଖାଲି ଭତ୍ତା ମାସକେ ଏକ୍ ହଜାର୍ ଟଙ୍କା ଆଉ ୫କେଜି ଚାଉଳ ମିଳୁଛେ । ଭୂମିହୀନ ବୋଲି ଆବାସ ଘର୍ ଗୁଟେ ବି ନାଇଁ ମିଲବାର ।ଗୁର୍ଦୁ କଷ୍ଟ୍ ରେ ଜୀବନ ବିତାଉଛନ୍ । ସୂଚନା ହିସାବେ ୨୦୧୦ ମସିହା ଆଗରୁ ସେ ୩୫ କିଲୋ ଚାଉଳ୍ ପାଉଥିଲେ କେନ୍ ସି କାମ୍ ଲାଗି କାର୍ଡ ପଞ୍ଚାୟତ ଅଫିସ୍ ରେ ହଜିଗଲା ପରେ ତାଙ୍କୁ ନୂଆ ରାସନ୍ କାର୍ଡ୍ ହେବା ରୁ ଇହାଦେ ୫ କିଲୋ ଚାଉଳ୍ ମିଳୁଛେ । ଯୋଗ୍ୟ ଅସହାୟ ହିତାଧିକାରୀ ହେଇ କରି ଆଜି ତକ୍ ଅନ୍ତଦୟ ନାଇଁ ମିଳିପାରବାର୍ । କଳାହାଣ୍ଡିଆ ଫର୍ ସଂଗଠନ୍ ର ଲଷ୍ମୀନାରାୟଣ ପଣ୍ଡା, ବିଜେପି ଜିଲ୍ଲା କାର୍ଯ୍ୟ କାରିଣୀ ଜୟନ୍ତୀ ସାହୁ,ଭୋଇରମୁଣ୍ଡା ଗାଁର୍ ଗଜାନନ୍ ଯୁବକ ସଂଙ୍ଘ ର ସମ୍ପାଦକ୍ ସମାଜସେବୀ ଅଶୋକ୍ ସାହୁ, ତପୀନ୍ଦ୍ର ସାହୁ ପ୍ରଶାସନ୍ କେ ଗୁହାରି କରି ଥିଲେ ବି ସୁବିଧା ନାଇଁ ହେବାର୍ ।
ସରକାର୍ ଗରିବ୍ ମାନଙ୍କର୍ ଲାଗି ଗୁର୍ଦୁ ଯୋଜନା କରୁଛନ୍ ହେଲେ ଫେଲ୍ ମାରୁଛେ ସଠିକ୍ ହିତାଧିକାରୀ ଙ୍କ ପାଖ୍ ରେ ପହଞ୍ଚି ନାଇଁ ପାରବର । ଗରିବ ନିରୀହ ଲୋକ୍ ମାନକର୍ ଆଖିରୁ ପାଏନ୍ ବାହାରୁଛେ ।ଗୁଟେ ବର୍ଷ ଆଗରୁ କେନ୍ ସି କାମ ଲାଗି ବ୍ଲକ୍ ଅଫିସ୍ କେ ଯାଇଥିବାର ସମିୟା ରେ ଭୋଇରମୁଣ୍ଡା ଗଜାନନ୍ ଯୁବକ୍ ସଂଙ୍ଘ ର ସମ୍ପାଦକ୍ ତଥା ଅଶୋକ୍ ସାହୁ ଏବଂ ତପିନ୍ଦ୍ର ସାହୁ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରକାରୀ କର୍ମଚାରି ଶ୍ରୀ ଦେବେନ୍ଦ୍ର ସାମଲ୍ କେ ମୋଖିକ୍ ହିସାବେ ଇ ସମସ୍ୟା ବିଷୟରେ ଜଣାଇ ଥିଲେ ହେଲେ ସାମଲ୍ କହିଥିଲେ ଯେ ସରକାର୍ ଅନ୍ତଦୟ ଯୋଜନା ଇହାଦେ ନାଇଁ କରିବାର୍ । ଯେବେ କର୍ବେ ଆମେ ବ୍ୟବସ୍ତା କର୍ମୁ ବୋଲି କହିଥିଲେ । ଇଟା ବି କହିଥିଲେ ଯେ ସରପଞ୍ଚ୍ ଯଦି ଚାହିଁବା ତାହେଲେ ହେଇ ପାରବା ବୋଲି କହିଥିଲେ । ଇ ବିଷୟରେ କେ ନେଇ କରି ପିଇଓ ଶ୍ରୀ ରଣା କେ ୧୨/୧୧/୨୦୨୫ ଆଉ ସରପଞ୍ଚ୍ ଶ୍ରୀ ରାଜେଶ୍ୱରୀ ସେନାପତି ଙ୍କ ସ୍ୱାମୀ କେ ଗଲା ୦୨/୦୩/୨୦୨୬ ତାରିଖ ନେ ତପିନ୍ଦ୍ର ବାରମ୍ବାର୍ ଫୋନ୍ କରି ମୋୖଖିକ୍ ଜରିଆରେ କହିଥିଲେ । ପିଇଓ ଆଉ ସରପଞ୍ଚ ଆମେ ଇ ସମସ୍ୟା ର ସମାଧାନ୍ କରୁଛୁ ବଳି କହିଥିଲେ। ହେଲେ ଆଏଜ୍ ତକ୍ ସମସ୍ୟା ର ସମାଧାନ୍ ନାଇଁ ହେଇ ଥିବାର ରୁ । ଅସହାୟ ଗରିବ୍ ମହିଳା କେ ଅନ୍ତଦୟ ଯୋଜନା ରେ ସାମିଲ୍ କରବାର୍ ଲାଗି ସାଧାରଣ ରେ ବି ଦାବି ହେଉଛେ ।ପ୍ରଶାସନ୍ ସାଜିସନ୍ ନିରବ୍ କେଭେ ହେବା ସମାଧାନ୍ ବଳି ହିତାଧିକାରୀ ଗୋଲାପୀ ସାହୁ, ଦୁଃଖ୍ ରେ ରହିଛନ ।



