ତାଜା ଖବର

ଛାତ୍ର କଂଗ୍ରେସ ଆଉ ରାଜେନ୍ଦ୍ର ବିଶ୍ଵବିଦ୍ୟାଳର ଛାତ୍ର ଛାତ୍ରୀ ମାନକର ସଫଳତା

ବଲାଙ୍ଗିର;୨୧/୦୪(ମୋର୍ ସମିୟା) ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସର ନେତୃତ୍ୱରେ ଗଲାକାଲି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ଅଫିସ ସାମ୍ନାରେ ଜୋରସୋର ଘେରାଉ ଆଉ ଆନ୍ଦୋଳନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କର ଦୁଇଟା ମୁଖ୍ୟ ଦାବି କେ ନେଇ କରି ଆନ୍ଦୋଳନ ହେଇଥିଲା।
ପହେଲା ଦାବି – +୩ ୪ର୍ଥ ସେମିଷ୍ଟାର ପରୀକ୍ଷାକେ ଅଟକେଇକରି ତାରିଖକେ ଆଗକେ ବଢ଼ାଯାଉ ଦାବି କରାଯାଇଥିଲା।
ଦୂସରା ଦାବି- ବଲାଙ୍ଗୀର ଜିଲ୍ଲାରେ ଯେନ ପରିମାଣରେ ଖରା ହେଉଛେ ଆଉ ଝାଉଁ ପବନ ମାରୁଛେ ସେତାକେ ଦେଖି କରି ବିଶ୍ବବିଦ୍ୟାଳୟକେ ବନ୍ଦ କରାବାର ଦାବି କରାଯାଇଥିଲା।
ଇ ଆନ୍ଦୋଳନଟା ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କର ନେତୃତ୍ୱରେ ହେଇଥିଲା। ତାଙ୍କର ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆଉ ଛାତ୍ର କଂଗ୍ରେସର ସଦସ୍ୟମାନେ ଜୋରଦାର ଭାବେ ଇ ଆନ୍ଦୋଳନକେ ଶକ୍ତିଶାଳୀ କରିଥିଲେ।
ବିକ୍ଷୋଭ ସମୀୟାନେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବନେ ଟେ ଛାତ୍ର ଛାତ୍ରୀ ବନେ ଜୋସରେ ନିଜର ଆବାଜ ଉଠାଉଥିଲେ। ଇ ଦାବି କେ ଛାତ୍ର କଂଗ୍ରେସ ଆଡୁ ଲଗାତାର ଉଠାଯାଉଥିଲା।
ଛାତ୍ର କଂଗ୍ରେସ ଆଡୁ ଜନା ପଡୁଛେ ଯେ ଚିନ୍ମୟ ବେହେରାଙ୍କର ସକ୍ରିୟ ପଦକ୍ଷେପ ଆଉ ଶକ୍ତିଶାଳୀ ନେତୃତ୍ୱର ଲାଗି ଏକା ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କର ଦାବି ମାନକେ ଗୁରୁତ୍ୱ ଦେଲା ଆଉ ଗ୍ରହଣ କଲା।
ଇତାର ପରିଣାମରେ, +୩ ୪ର୍ଥ ସେମିଷ୍ଟାର ପରୀକ୍ଷାକେ ଅଟକାହେଲା ଆଉ ତାର ତାରିଖ କେ ଆଗକେ ବଢ଼ାଲେ।
ଇ ସଫଳତାକେ ଛାତ୍ର କଂଗ୍ରେସ ତାର ଏକତା, ସଂଘର୍ଷ ଆଉ ଛାତ୍ରହିତ ପ୍ରତିବଦ୍ଧତାର ଜୟ ବୋଲି କହୁଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!