ତାଜା ଖବର
ଆଏବାର କାଲି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଲେ ଭାରତ ମୁକ୍ତି ମୋର୍ଚ୍ଚା ।
ସମର୍ଥନ କଲେ SCST ଆର୍ OBC ସମନ୍ୱୟ ସମିତି ।

ବଲାଙ୍ଗିର;୨୨/୦୪(ମୋର୍ ସମିୟା) ଜାତି ଭିତ୍ତିକ ଜନଗଣନା ଆର୍ ସଂରକ୍ଷଣ ବ୍ୟବସ୍ଥା କରିବା ଦାବି ନେଇ ଏପ୍ରିଲ ୨୩ ତାରିଖ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛେ ଭାରତ ମୁକ୍ତି ମୋର୍ଚ୍ଚା। ଇ ବନ୍ଦ ଡାକରା କେ ବଲାଙ୍ଗିର ଜିଲ୍ଲା ଏସସିଏସଟି ଆର୍ ଓବିସି ସମନ୍ୱୟ ସମିତି ର ସମର୍ଥନ ଦେଖବାର କେ ମିଲିଛେ । ଖାଲି ଜରୁରୀ କାଳୀନ ବ୍ୟବସ୍ତା କେ ଛାଡି କରି ବାକି ସବୁ ବନ୍ଦ କରବାର କେ ନିଷ୍ପତି ନିଆଯାଇଛେ । ସ୍କୁଲ, କଲେଜ୍, ସରକାରୀ ବେସରକାରୀ ଅନୁଷ୍ଠାନ, ଗାଡ଼ି ଚଳାଚଳ ବନ୍ଦ ରହେବା ବଲି ସୂଚନା ଦିଆଯାଇଛେ । ଓଡ଼ିଶା ରେ ଓବିସି ଙ୍କର ସଂଖ୍ୟା ୫୨ ପ୍ରତିଶତ ଥିବାର ବେଲକେ ୧୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କେ ବିରୋଧ କରାଯାଉଛେ । ଜାତିଭିତ୍ତିକ ଜନଗଣନା କରବାର ସାଙ୍ଗେ ଓବିସି କୋଟା ବଢାଯାଉ ବଲି ଦାବି କରିଛନ । ଆଏବାର କାଲି ଆନ୍ଦୋଲନ କେ ସମର୍ଥନ କରୁଛନ ଭିନଭିନ୍ ସଙ୍ଗଠନ। ସାରା ଭାରତ ରେ ଦେଖବାର କେ ମିଲବା ବନ୍ଦ ର ପ୍ରଭାବ ।




