
ବରଗଡ଼;୦୭/୦୩ (ମୋର୍ ସମିୟା) ବରଗଡ଼ ସହର ରେ ଫେର ଥରେ ଛୁରା ମାଡ଼। ବରଗଡ଼ ଜିଲ୍ଲା ୫୩ ନମ୍ୱର୍ ଜାତୀୟ ରାଜପଥ ଘୁଲିପାଲି ଛକ ରେ ଟ୍ରକ୍ ରୁ ଲୁଟ ଉଦ୍ୟମ ସାଙ୍ଗେ ଡ଼୍ରାଇଭର କେ ଛୁରା ମାଡ଼ କଲେ କିଛି ଦୁର୍ବୃତ୍ତ। ଗୁରୁତର ଟ୍ରକ୍ ଡ୍ରାଇଭର ଜଣକ ହେଲେ ରଞ୍ଜନ ପରିଡ଼ା କଟକ ଜିଲ୍ଲା ର ହେଇଥିବାର ସୂଚନା । ସେ ଭୁବନେଶ୍ୱର ରୁ ବରଗଡ଼ ର ଟିଭିଏସ୍ ସୋରୁମ୍ କେ ସମାନ ଆନୁଥିବାର ବେଲକେ ଘୁଲିପାଲି ଛକ୍ ରେ ଟ୍ରକ୍ କେ ଅଟକେଇ ଦୁର୍ବୃତ୍ତ ମାନେ ଲୁଟ୍ ର ଉଦ୍ୟମ କରିଥିଲେ । ଡ୍ରାଇଭର ବିରୋଧ କରବାର ନୁ ଦୁର୍ବୃତ୍ତ ମାନେ ଡ୍ରାଇଭର କେ ୩ ଟା ଜାଗା ରେ ଛୁରା ମାଡ଼ କରି ଫେରାର ମାରିଥିଲା । ଡ୍ରାଇଭର ଙ୍କର କହିବାର ହିସାବରେ ଦୁର୍ବୃତ୍ତ ମାନେ ପହେଲା ପାଣି ମାଗବାର ବାହାନା କରିଥିଲେ । ଗେଟ୍ ଖୁଲା ପରେ ଗାଡ଼ି ଭିତର କେ ପଶି ଆସି ମୋବାଇଲ, ପର୍ସ, ଟଙ୍କା ଦେବାର କେ କହିଥିଲେ । ଡ୍ରାଇଭର ଙ୍କର ବିରୋଧ ପରେ ଛୁରା ମାରି ଫେରାର ମାରିଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ମାନେ ଡ୍ରାଇଭର ଙ୍କୁ ଉଦ୍ଧାର କରି ବରଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଛନ । ଘଟଣା ସ୍ଥଳରେ ବରଗଡ଼ ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ମୁଲ କରିଛେ।
ବରଗଡ଼ ସହର ରେ ବାରମ୍ବାର ଦିନର ଦ୍ୱିପହର ରେ ବେଧଡକ ମାରପିଟ ହନାକଟା କେ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ ବରଗଡ଼ ସହରବାସି । ବରଗଡ଼ ରେ ବେଧଡକ ନିଶା କାରବାର ବଢ଼ି ଚାଲିଥିବାର ନୁ ଇ ପ୍ରକାର ଘଟଣା ଘଟୁଛେ କହୁଛନ ବରଗଡ଼ ଅଞ୍ଚଳ ର ଲୋକେ ।




