ତାଜା ଖବରଦେଶ ବିଦେଶ

ସମ୍ବଲପୁର ସମଲେଇ ମନ୍ଦିର ଦୀପ ଘର୍ ପଛାଡେ ଚାଲିଛେ ମଦ ମାଂସ । ଭକ୍ତ ଙ୍କର ଭାବାବେଗ ସାଙ୍ଗେ ଖେଲ।

ଏତେ କଡ଼ା ସୁରକ୍ଷା ଭିତରେ କେନ୍ ଆଡୁ ଆସୁଛେ ମଦ ମାଂସ ।

ସମ୍ବଲପୁର;୦୭/୦୩ (ମୋର୍ ସମିୟା) ସମ୍ବଲପୁର ର ଅଧିଷ୍ଠାତ୍ରୀ ମା ସମଲେଇ ମନ୍ଦିର ର ଦୀପ ଘର୍ ପଛାଡେ ଚାଲିଛେ ମଦ ମାଂସ। ଆର୍ ଇଟା ଦିନେ କି ଦୁଇ ଦିନର କଥା ନାଇସେ ଇ ଟା ବହୁତ୍ ଦିନୁ ଚାଲି ଆସୁଥିବାର ଜଣା ପଡ଼ିଛେ । ଦୀପ ଘର୍ ପଛାଡେ ପଡ଼ିଛେ ଚୁଇଲ୍, ଆର୍ ଚୁଇଲ୍ ପାଖେ ପଡ଼ିଛେ ଭିନଭିନ୍ ରକମ୍ ର ମସଲା। ବସ୍ତା ବସ୍ତା ରେ ପଡ଼ିଛେ ଶହ ଶହ ମଦ ବୋତଲ, ସିଗାରେଟ,ମାଂସ ଖାଇଥିବର୍ ଖଲି ।
ମା ସମଲେଇ ଙ୍କୁ ବିଶ୍ୱାସ କରି ଅନେକ ଶ୍ରଦ୍ଧାଳୁ ବହୁତ୍ ଦୂରିଆ ନୁ ଆସି ମା ଙ୍କର ପାଖେ ନିଜର ଗୁହାରି କରିଥିସନ୍ । ଆର୍ ଆଜି ଇ ଖବର ଯାନଲା ପରେ ଅନେକ ଶ୍ରଦ୍ଧାଳୁ ଙ୍କର ମନେ ଅସନ୍ତୋଷ ଦେଖବାର କେ ମିଲିଛେ । ଏନ୍ତା ଗୁଟେ ପବିତ୍ର ପୀଠ ରେ ଇ ପ୍ରକାର ଅନମୁନସିଆ କାମ କେ ନେଇ ଚାରି ଆଡ଼େ ଚର୍ଚ୍ଚା । ଚାରି ଆଡ଼େ ସିସିଟିଭି ସାଙ୍ଗେ ଏତେ କଡ଼ା ସୁରକ୍ଷା ଭିତରେ ବି ମନ୍ଦିର ଭିତର କେ କେନ୍ ଆଡୁ ଆସଲା ମଦ ମାଂସ ? କିଏ କରୁଛେ ଇ ପ୍ରକାର କାମ ? ଅନେକ ଦିନୁ ଇ ଘଟଣା ହେବାର ସତ୍ୱେ ବି ସୁରକ୍ଷା କର୍ମୀ ମାନେ କେନ୍ତା ଜାଣି ନାଇ ପାରଲେ ? ଏନ୍ତା ଅନେକ କଥା କେ ନେଇ ଏବେ ଉଠୁଛେ ପ୍ରଶ୍ନ । ପ୍ରଶାସନ ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ମା ଙ୍କର ଭକ୍ତ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!