ଅପରାଧତାଜା ଖବର

ପୋଲିସ ଉପର କେ ଆକ୍ରମଣ ଲୋଇସିଂହା ଥାନା ଏଏସଆଇ ଗୁରୁତର ।

୧୨ ଜଣ କେ ଅଟକ ରଖିଛେ ପୋଲିସ ।

ବଲାଙ୍ଗିର;୦୩/୦୩(ମୋର୍ ସମିୟା) ପୋଲିସ ଉପର କେ ଆକ୍ରମଣ କଲେ ବସ୍ତି ବାସିନ୍ଦା। ଆକ୍ରମଣ ରେ ଲୋଇସିଂହା ଥାନା ର ଏଏସଆଇ ଗୁରୁତର । ଆଗଲପୁର ଥାନା ଘାସିପଡ଼ା ର ଦୁଇ ସ୍ବାମୀ ସ୍ତ୍ରୀ ଙ୍କର ଭିତରେ କିଛି ଝଗଡ଼ା ହେଇଥିଲା । ପରେ ମହିଳା ୧୧୨ କେ କଲ କରି ନିଜର ଅଭିଯୋଗ କରିଥିଲେ । ଅଭିଯୋଗ କରବାର ଉତାରୁ ଆଗଲପୁର ଥାନା ପୋଲିସ ଘଟଣା ସ୍ଥଳରେ ରେ ପହଞ୍ଚିଥିଲା । ପୋଲିସ ଯିବାର ପରେ ଆକ୍ରମଣ କରିଥିଲେ ବସ୍ତି ବାସିନ୍ଦା। ପରେ ଆଗଲପୁର ଥାନା ଆର୍ ଲୋଇସିଂହା ଥାନା ପୋଲିସ ମିଶି ପହଞ୍ଚିଥିଲେ, ଆର୍ ଫେର ଥରେ ଆକ୍ରମଣ କରିଥିଲେ ବସ୍ତି ବାସିନ୍ଦା। ଆକ୍ରମଣ ରେ ଲୋଇସିଂହା ଥାନା ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ହେଇଥିଲେ । ଘଟଣା ସ୍ଥଳରୁ ତାହାକୁ ଉଦ୍ଧାର କରି ଆଗଲପୁର ଡାକ୍ତରଖାନା ରେ ଚିକିତ୍ସିତ କରା ଯାଇଥିଲା । ଇ ଘଟଣା ରେ ପୋଲିସ ୧୨ ଜଣ କେ ଅଟକ ରଖିଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!