
ବଲାଙ୍ଗିର;୧୩/୧୦ (ମୋର୍ ସମିୟା) ଛାତ୍ର ସଂସଦ ନିର୍ବାଚନ ଜେତକି ପାଖ କେ ପାଖ କେ ଆସୁଛେ ଭିନଭିନ୍ ଜାଗା ରେ ଛାତ୍ର ଅସନ୍ତୋଷ ଆର୍ ଉତ୍ତେଜନା ସେତେ ଦେଖବାର କେ ମିଲୁଛେ । ଆଜି ବଲାଙ୍ଗିର ସର୍କିଟ ହାଉସ ରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ର କର୍ମୀ ଓ ଛାତ୍ରନେତା ମୁହାଁମୁହିଁ ହେଇଛନ। ଛାତ୍ର ସଂସଦ ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ ରେ ପ୍ରତିବାଦ କରିଛନ୍ ବିଜୁ ଛାତ୍ର ଜନତା ଦଳ ଓ କର୍ମୀ । ସର୍କିଟ ହାଉସ ରୁ ଏବିଭିପି ପତାକା,ପୋଷ୍ଟର ବାହାରିଥିବାର ଅଭିଯୋଗ । କାହାର ଅନୁମତି ରେ ଏବିଭିପି ଛାତ୍ର ସର୍କିଟ ହାଉସ ରେ ରହୁଥିଲେ, ସର୍କିଟ ହାଉସ ରୁ ନିର୍ବାଚନ ପରିଚାଳନା କରୁଥିବାର ଅଭିଯୋଗ କରିଛନ ବିଜୁ ଛାତ୍ର ଜନତା ଦଳ ସଭାପତି । ଇ ଘଟଣା ରେ ସର୍କିଟ ହାଉସ ରେ ଉତ୍ତେଜନା ପ୍ରକାଶ ପାଇଛେ। ଘଟଣା ସ୍ଥଳରେ ଟାଉନ୍ ପୋଲିସ ପହଞ୍ଚିକରି ଏବିଭିପି ଛାତ୍ର ମାନକେ ଉଦ୍ଧାର କରି ଥାନା କେ ନେଇଥିବାର ସୂଚନା। ଉତ୍ତେଜନା କେ ଦୃଷ୍ଟି ରେ ରଖି ସର୍କିଟ ହାଉସ ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। ଦୁଇ ଦଳ ଆଡୁ ଏବେ ଥାନା ରେ ଲିଖିତ ଏତଲା ଦିଆଯିବା ବଲି ରହିଛେ ସୂଚନା । ଏବେ କଲେଜ ନିର୍ବାଚନ ତାତି ଥାନା ରେ ପହଞ୍ଚିଛେ।




